ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଭଳି ଏକ ସଙ୍କଟ ସମୟରେ ଗୁଗୁଲ ଏକ ବଡ଼ ପଦକ୍ଷେପ ନେଇଛି। ଭାରତରେ ଗୁଗୁଲ ୧୦ ବିଲିୟନ୍ ନିବେଶ କରିବ, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୭୫୦୦୦ କୋଟି ଟଙ୍କା। ମୋଦୀଙ୍କ ସହ ସୋମବାର ଆଲୋଚନା କରିବା ପରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି।

ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଗୁଗୁଲ ଏହି ଟଙ୍କା ନିବେଶ କରିବ। ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ଏହି ନିବେଶ ହେବ ବୋଲି ସୁନ୍ଦର ପିଚାଇ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କ ସହ ଏକ ଭର୍ଚୁଆଲ୍ ମିଟିଂ କରିଥିଲେ। ଏହି ମିଟିଂରେ ପିଏମ ମୋଦୀ ଭାରତର କୃଷକଙ୍କଠାରୁ ଆରମ୍ଭ କରି ତଥ୍ୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।CGU new

ଟେକ୍ନୋଲୋଜି ମାଧ୍ୟମରେ କିଭଳି ଭାରତର କୃଷକ, ଯୁବକ ଏବଂ ଉଦ୍ୟୋଗୀଙ୍କ ଜୀବନ ବଦଳାଇବା ହେବ ସେନେଇ ଉଭୟଙ୍କ ମଧ୍ୟରେ ସହ ଆଲୋଚନା ପରେ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here