ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ପ୍ରଫେସର କିଶୋର ବସାଙ୍କୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ବୁଧବାର ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରଫେସର ବସାଙ୍କୁ ଅତିରକ୍ତ ଭାବେ ଏହି ନିଯୁକ୍ତି ମିଳିଛି। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ଦିନରୁ ଏହି ପଦବୀଟି ଖାଲିପଡ଼ିଥିଲା। ଆସନ୍ତା ୬ ମାସ ପାଇଁ ପ୍ରଫେସର କିଶୋର ବସା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ମହାନିର୍ଦ୍ଦେଶକ ଦାୟିତ୍ଵରେ ରହିବେ। ଆସନ୍ତା ୬ ମାସ କିମ୍ଵା ସ୍ଥାୟୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବେ।

ପ୍ରଫେସର କିଶୋର ବସା ପୂର୍ବରୁ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ କୁଳପତି ଭାବେ କାର୍ଯ୍ୟ କରିଥିବାବେଳେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରତ୍ନତତ୍ତ୍ଵ ବିଭାଗରେ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Tags: #ArchaeologicalSurvey #india #DG #KishoreBasa

Comment