ଓଡ଼ିଶାଲାଇଭ୍ ବ୍ୟୁରୋ

୩ ଦିନ ପାଇଁ ଗଞ୍ଜାମ ଜିଲ୍ଲାରେ କୋହଳ ହେଲା କଟକଣା। ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ୧୪ ଜୁଲାଇରୁ ୧୬ ଜୁଲାଇ ପର୍ଯ୍ୟନ୍ତ ନିୟମକୁ କୋହଳ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ନିୟମକୁ କୋହଳ କରାଯାଇଛି। ହେଲେ ଜିନିଷ ପତ୍ର କିଣିବା ସମୟରେ ଲୋକମାନେ ସାମାଜିକ ଦୂରତା ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।CGU newଅନ୍ୟପଟେ ଆଜିଠାରୁ ବ୍ରହ୍ମପୁର ଟାଉନର ସୀମାକୁ ସିଲ୍ କରିଦିଆଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ସହର ଭିତରକୁ କୌଣସି ଲୋକ ପ୍ରବେଶ କରିପାରିବେନି ବୋଲି ଗତକାଲି କମିସନର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

କରୋନା ସଂକ୍ରମଣରେ ଏବେ ଗଞ୍ଜାମ ସବୁଠାରୁ ଉପରେ ରହିଛି। ତେଣୁ ଏଠାରେ କରୋନାକୁ ନିୟନ୍ତ୍ରଣାଧୀନ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା କଟକଣା ଜାରି କରାଯାଇଛି। ହେଲେ ଏସବୁ ମଧ୍ୟରେ ଲୋକମାନଙ୍କ ସୁବିଧା ପାଇଁ ୧୪ ଜୁଲାଇରୁ ୧୬ ଜୁଲାଇ ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି।

Comment