ଓଡ଼ିଶାଲାଇଭ୍ ବ୍ୟୁରୋ

bihar lock down f

ଦେଶ ବ୍ୟାପି ବଢ଼ିଚାଲିଛି କରୋନା ସଂକ୍ରମଣ। କେତେକ ସ୍ଥାନରେ ସ୍ଥିତି ଅଣାୟତ। ତେବେ ବିହାରରେ ମଧ୍ୟ ଲଗାତାର ଭାବେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସେଠାରେ ଜୁଲାଇ ୧୬ରୁ ୩୧ ଯାଏଁ ଲକଡାଉନ ଘୋଷଣା କରାଯାଇଛି।

CGU new

ବିହାରର ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିତିଶ କୁମାର ରାଜ୍ୟ ଚିଫ୍ ସେକ୍ରେଟରୀ ଏବଂ ଅନ୍ୟ ସମସ୍ତ ଉଚ୍ଚ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ବିହାରରେ ଦିନକୁ ଦିନ ବିଗୁଡ଼ୁଥିବା ପରିସ୍ଥିତର ଆକଳନ କରାଯାଇଥିଲା। ଏହାପରେ ଏଠାରେ ଜୁଲାଇ ୧୬ରୁ ୩୧ ଯାଏଁ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

bihar lock down-1

ବିହାରର ଡେପୁଟି ସିଏ.ମ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଥିଲେ। ଏହା ସହ ଏହି ଲକଡାଉନ ପାଇଁ ଗାଇଡ ଲାଇନ୍ ମଧ୍ୟ ଜାରି କରାଯିବ। କରୋନାର ପ୍ରତିକାର ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇନଥିବାରୁ ମାସ୍କ ବ୍ୟବହାର କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସୁଶୀଲ ମୋଦୀ।

Comment