ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ଏବେ ଲଗାମହୀନଙ୍କ ପରି ମାଡ଼ିଚାଲିଛି କରୋନା ଭାଇରସ। ଯେଉଁ କାରଣରୁ ଆଜି ଛତ୍ରପୁର ସବଡିଭିଜନର ୭ଟି ଏନଏସିକୁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି।

ଆସନ୍ତାକାଲିଠୁ ୬ ଦିନ ପର୍ଯ୍ୟନ୍ତ ଏହି ୭ଟି ଏନ୍ଏସି ସଟଡାଉନ୍ ରହିବ। ଯାହା ମଧ୍ୟରେ ଛତ୍ରପୁର ଏନଏସି, ଖଲ୍ଲିକୋଟ ଏନଏସି, ରମ୍ଭା ଏନଏସି ଓ ପୁରୁଷୋତ୍ତୋମପୁର ଏନଏସି ସାମିଲ ରହିଛି। ଏଥିସହିତ କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା ଏନଏସି ମଧ୍ୟ ସଟଡାଉନ୍ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।CGU new

ଏହା ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳକୁ ମଧ୍ୟ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଥିଲା। କେବଳ ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି କୁହାଯାଇଥିଲା। ଗତ କିଛି ଦିନ ତଳେ ବହ୍ମପୁର ସହରକୁ ମଧ୍ୟ ସିଲ ଘୋଷଣା କରାଯାଇଥିଲା।

Comment