ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରୁ ସୁସ୍ଥ ହେଲେ ଆଉ ୬୧୨ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ସୁସ୍ଥଙ୍କ ସଂଖ୍ୟା ୧୦,୪୭୬ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୭୦ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୪, କେଉଁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁରରୁ ୧୦ ଲେଖାଏଁ, ବରଗଡ଼ ଓ ପୁରୀରୁ ୬ ଲେଖାଏଁ ସୁସ୍ଥ ହୋଇଛନ୍ତି।
ସେହିପରି ବଲାଙ୍ଗୀରରୁ ୫, କେନ୍ଦାପଡ଼ାରୁ ୩, କଳାହାଣ୍ଡି ଓକନ୍ଧମାଳରୁ ୨ ଲେଖାଏଁ ଏବଂ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୦,୪୭୬ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଟପିଲାଣି।


















