ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ ରାଜନୀତିରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଚାଲିଥିଲା ତାହାର ବହୁ ରୋଚକ କାହାଣୀ ଏବେ ପଦାକୁ ଆସିବାରେ ଲାଗିଛି। କଂଗ୍ରେସ ରାଜନୀତିରେ ମାହିର ଅଶୋକ ଗେହଲଟଙ୍କୁ ପାଇଲଟଙ୍କ ଦଳବଦଳ ରାଜନୀତି ଓ ଉଚ୍ଚ ଆକାଂକ୍ଷା ଏମିତି ଫାଇଦା ଦେଲା ଯେ ସେ ସବୁଦିନ ପାଇଁ ନିଜ ରାଜନୀତିକ ଜୀବନରୁ ପାଇଲଟ ନାମକ ରାଜନୈତିକ କଣ୍ଟାକୁ ଓପାଡ଼ି ଫୋଫାଡ଼ି ଦେଇ ପାରିଲେ। ସଚିନ ପାଇଲଟଙ୍କ ରାଜନୈତିକ ସ୍ଥିତି ଏବେ ଠିକ ଏମିତି ଯାହାକୁ କୁହାଯାଏ – ନା ଘରକେ ନା ଘାଟକେ।
ପାଇଲଟଙ୍କ କ୍ଷେତ୍ରରେ କଂଗ୍ରେସ ନେତାମାନେ ଏମିତି ଖେଳ ଖେଳିଲେ ଯେମିତିକି ସେ ଆଉ ହଲି ପାରିଲେ ନାହିଁ। ପାଇଲଟଙ୍କ ସମେତ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ଏବେ ଦୁଆର ଦେଖାଇ ଦିଆଯାଇଛି। ଯେଉଁମାନେ ଗେହଲଟଙ୍କ ବିରୁଦ୍ଧରେ ମେଳି କରୁଥିଲେ ସେମାନଙ୍କ ବିଧାୟକ ପଦ ବି ଯିବା ଉପରେ।ଶୁଣାଯାଉଛି ଏହି ସମଗ୍ର ଖେଳର ନେତୃତ୍ୱ ନେଇଥିଲେ ଦଳର ବରିଷ୍ଠ ନେତା ଅଭିଷେକ ମନୁ ସଙ୍ଘଭି। ଆଉ ତାଙ୍କୁ ଏଥିରେ ସାହାଯ୍ୟ କରିଥିଲେ ନିଜେ ଗେହଲଟ, ରଣଦୀପ ସୂର୍ଯ୍ୟେବାଲା,ଅଜୟ ମାକେନ ଓ ଅବିନାଶ ପାଣ୍ଡେ। ଏହି ଚାରି ଜଣ ବାରମ୍ବାର ସଙ୍ଘଭିଙ୍କ ସହ କଥାବାର୍ତ୍ତା କରିବା ସହ ସଠିକ ରଣନୀତି ତିଆରି କରିଥିଲେ ଯାହାକି ସଫଳ ହୋଇଥିଲା।CGU newଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ଅଶୋକ ଗେହଲଟ ଗୋଟିଏ ଗୁଳିରେ ତିନୋଟି ଶିକାର କରିବା ପାଇଁ ଚାହୁଁଥିଲେ ଓ ଶେଷରେ କଲେ ମଧ୍ୟ। ଏବେ ସଚିନ ପାଇଲଟଙ୍କ ସମର୍ଥକମାନେ କହିବା ଆରମ୍ଭ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସାଙ୍ଗଠନିକ ଶକ୍ତିକୁ ସଚିନ ଅଣଦେଖା କରିଥିଲେ ଯାହା ଫଳରେ କି ତାଙ୍କୁ ଏହି ପରାଭଵ ଭୋଗିବାକୁ ପଡ଼ିଲା।

Comment