ଓଡିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟୁଇଷ୍ଟ। ପୁରୁଷୋତ୍ତମ ଏକ୍ସପ୍ରେସ୍ ଆଦିତ୍ୟଙ୍କୁ ଧକ୍କା ଦେଇଛି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୁରୁଷୋତ୍ତମ ଏକ୍ସପ୍ରେସ୍ ଗତ ୬ ତାରିଖ ରାତିରେ କାହାକୁ ଧକ୍କା ଦେଇନଥିବା ଟ୍ରେନର ଡ୍ରାଇଭର ବୟାନ ଦେଇଛନ୍ତି। ଡ୍ରାଇଭରଙ୍କ ଏହି ବୟାନ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି।

“ଗତ ୬ ତାରିଖ ରାତିରେ ଟ୍ରେନ ରାତି ୮ଟା ୨୦ରେ ରେତଙ୍ଗ ଛାଡ଼ିଥିଲା ଏବଂ ୮ଟା ୩୫ରୁ ୮ଟା ୪୦ ଭିତରେ ଭୁବନେଶ୍ଵରରେ ପହଞ୍ଚିଥିଲା। ଏହା ଭିତରେ ଟ୍ରେନ କୌଣସିଠାରେ କାହାକୁ ଧକ୍କା ଦେଇନି। କାହାକୁ ଧକ୍କା ଦେଇଥିଲେ ମୁଁ ନିଶ୍ଚିତ ଜାଣିପାରିଥାନ୍ତି ଏବଂ ରିପୋର୍ଟ କରିଥାନ୍ତି”, ଡ୍ରାଇଭର କହିଛନ୍ତି।CGU new

ଗତ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ସରକାରୀ ରେଳବାଇ ପୋଲିସ ଲିଙ୍ଗରାଜ ଷ୍ଟେସନରୁ ଉଦ୍ଧାର କରିଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରି ଜିଆର୍‌ପି ପୋଲିସ ତଦନ୍ତ ଚଳାଇଛି।

Comment