ଓଡ଼ିଶାଲାଇଭ୍ ବ୍ୟୁରୋ

aditya 2

ଦିନକୁ ଦିନ ନୂଆ ଗୁମର ଫିଟିବାରେ ଲାଗିଛି ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ। ଏନେଇ ଜିଆରପି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଏବଂ ଭାଇଙ୍କୁ ପଚରାଉଚରା କରିଛି।

କଟକ କାଜିଡିହସ୍ଥିତ ବିଦ୍ୟାଶ୍ରୀଙ୍କ ବାପଘରକୁ ଯାଇଥିଲା ପୋଲିସ୍। ସେଠାରେ ତାଙ୍କ ମାଆ ଏବଂ ଭାଇଙ୍କୁ ଜେରା କରିଛି ଜିଆରପି। ତେବେ ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ପାରିବାରିକ ଜୀବନ ବିଷୟରେ ପୋଲିସ୍ ତଥ୍ୟ ସଂଗ୍ରହ କରିଥିବାର ସୂଚନା ମିଳିଛି।

CGU new

ଗତ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ସରକାରୀ ରେଳବାଇ ପୋଲିସ ଲିଙ୍ଗରାଜ ଷ୍ଟେସନରୁ ଉଦ୍ଧାର କରିଥିଲା। ଆଦିତ୍ୟଙ୍କ ମୃତ୍ୟୁକୁ ପ୍ରଥମେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ହତ୍ୟା ମାମଲା ରୁଜୁ କରି ଜିଆର୍‌ପି ପୋଲିସ ତଦନ୍ତ ଚଳାଇଛି।

Comment