ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ସମାଜସେବୀ ଆଦିଶ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ। ଆଦିତ୍ୟଙ୍କ ବାପା, ମା’ଙ୍କ ସହିତ ବିଦ୍ୟାଶ୍ରୀ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।

ଏହାପୂର୍ବରୁ ଗତକାଲି ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଶେଷ ହୋଇଛି। ଆଜି ଆଦିତ୍ୟଙ୍କ ତିନି ବନ୍ଧୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଏହି ମୃତ୍ୟୁ ରହସ୍ୟର କାରଣ ଖୋଜି ପାଇନି। ତେଣୁ ଏହି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବା ପାଇଁ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟରେ ଆବେଦନ କରିଛନ୍ତି।BGUଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱରର ରେଳଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିପାରିନଥିଲା। ଏହାପରେ ଏହି ମାମଲା ପ୍ରଥମେ ଜିଆରପି ପୋଲିସ ଓ ପରେ ପରେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି।

Comment