ଓଡ଼ିଶାଲାଇଭ୍ ବ୍ୟୁରୋ

ଟିକେଟ୍ ଫେରାଇଛନ୍ତି ପୁରୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ପ୍ରଚାର ପାଇଁ ଦଳ ଫଣ୍ଡିଂ ନଦେବା ଅଭିଯୋଗରେ ଶନିବାର ଦିନ ସେ ଟିକେଟ୍ ଫେରାଇ ଦେଇଛନ୍ତି। ଏନେଇ ସେ ଇମେଲ ଯୋଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଜଣାଇଛନ୍ତି।

“ପୁରୀ ଲୋକସଭା ମଣ୍ଡଳୀରେ ମତେ ଲୋକଙ୍କ ଅନେକ ଶ୍ରଦ୍ଧା ମିଳୁଛି, ହେଲେ ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବାରୁ ପ୍ରଚାର କରିବା ସମ୍ଭବପର ହେଉନାହିଁ। ପୁରୀ ଲୋକସଭା ଅଧୀନ ୭ଟି ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି। ସେଥିରୁ ୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମୁଁ ଦଳକୁ ଅନୁରୋଧ କରିଥିଲି। ହେଲେ ଦଳ କୌଣସି ପଦକ୍ଷେପ ନେଇନାହିଁ”, କହିଛନ୍ତି ସୁଚରିତା ମହାନ୍ତି।  

ପୁରୀରେ ମେ’ ୨୫ ତାରିଖରେ ମତଦାନ ହେବ। ଏଥିପାଇଁ ମେ’ ୬ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ। ତେବେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ, ସେ ନେଇ ଦ୍ୱନ୍ଦ୍ୱ ଉପୁଜୁଛି।

Tags: #SucharitaMohanty #Congress #PuriLoksabhaSeat #Politics #Odisha

Comment