ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏକ ହତ୍ୟା ଥିଲା ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ଆଜି ବି ରହସ୍ୟ ଘେରରେ ରହିଛି। ଏସବୁ ମଧ୍ୟରେ କ୍ରାଇମବ୍ରାଞ୍ଚ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରିଛି। ଏହି ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିବା ଜଣାପଡ଼ିଛି।

ଆଜି ସକାଳୁ ବିଦ୍ୟାଶ୍ରୀଙ୍କୁ ଭୁବନେଶ୍ୱରର ଫରେନ୍ସିକ୍ ଲ୍ୟାବକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ୫ ଘଣ୍ଟା କାଳ ପ୍ରଶ୍ନ ପଚରାଯାଇଥିଲା। ଏହି ୫ ଘଣ୍ଟା ଭିତରେ ତାଙ୍କୁ ମୋଟ ୭୦ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି।BGUବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁ ଓ ବିକାଶର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ହେବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ତେବେ ସେମାନଙ୍କର କେବେ ଏହି ଲାଇ ଡିଟେକ୍ସନ ଟେଷ୍ଟ ହେବ ତାହା ଜଣାପଡ଼ିନାହିଁ।

ଜୁଲାଇ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ରେଳଲାଇନ୍ କଡ଼ରୁ ଉଦ୍ଧାର କରାଯାଇଥିଲା। ଏହାପରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଶେଷରେ ଏହି କେସ୍ କ୍ରାଇମବ୍ରାଞ୍ଚ ହାତକୁ ଯିବା ସହିତ ଏବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି।

Comment