ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼।

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଏକ ହତ୍ୟା ନା ଆତ୍ମହତ୍ୟା ତା’ଉପରୁ ଏ ଯାଏଁ ପରଦା ଉଠିନି। ଅନ୍ୟପଟେ ଏହି ଘଟଣାରେ ଏବେ ନୂଆ ମୋଡ଼ ଆଣିଛି ଆଦିତ୍ୟଙ୍କ ବାପାଙ୍କ ଏକ ବୟାନ।

ଆଦିତ୍ୟଙ୍କ ବାପାଙ୍କ କହିବା ମୁତାବକ ତାଙ୍କ ପୁଅର ମୃତ୍ୟୁ ପଛରେ ଗୁଜୁରାଟର ଜଣେ ସାଇକୋ ମହିଳାଙ୍କ ହାତ ଥାଇପାରେ। ସେହି ମହିଳା ବର୍ଷେ ହେଲା ଆଦିତ୍ୟଙ୍କୁ ବିବାହ କରିବାକୁ କହିବା ସହିତ ତାଙ୍କୁ ବ୍ଲାକମେଲ୍ କରୁଥିଲେ। ତେଣୁ ଆଦିତ୍ୟଙ୍କ ମୃତ୍ୟୁ ପଛରେ ସେହି ମହିଳାଙ୍କ ହାତ ଥାଇପାରେ ବୋଲି ତାଙ୍କ ବାପା କହିଛନ୍ତି।ଆଦିତ୍ୟଙ୍କ ବାପା ସେହି ମହିଳାଙ୍କୁ କିଛି ଥର ଦେଖିଛନ୍ତି। ଏନେଇ ସେ ସମସ୍ତ ସୂଚନା କ୍ରାଇମବ୍ରାଞ୍ଚକୁ ମଧ୍ୟ ଜଣାଇ ସାରିଛନ୍ତି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ସେ ମହିଳା ଜଣକ କ’ଣ ପାଇଁ କିମ୍ବା କେଉଁ କାରଣରୁ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ, ସେ ବିବାହିତ ନା ଅବିବାହିତ ସେ ନେଇ ସେ କୌଣସି ସୂଚନା ଦେଇନାହାନ୍ତି।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଆଦିତ୍ୟ ମୃତ୍ୟୁ ମାମଲାର ବିଚାର କରୁଛି। ଏଥିପାଇଁ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ପୁପୁଲ୍ ଫର୍ ସେବାର ତିନି ସଦସ୍ୟଙ୍କର ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ ସରିଛି। ହେଲେ ଆଦିତ୍ୟଙ୍କ ବାପାଙ୍କ ଏହି ବୟାନ ଏବେ କ୍ରାଇମବ୍ରାଞ୍ଚର କାମ ବଢ଼ାଇଛି।BGUଗତ ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ସେ କିପରି ପ୍ରାଣ ହରାଇଲେ ତାକୁ ନେଇ ସନ୍ଦେହ ଦେଖାଯାଇଥିଲା। ତାଙ୍କୁ କେହି ହତ୍ୟା କରି ଆଣି ଟ୍ରେନ୍ ଲାଇନରେ ପକାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପ୍ରଥମେ ଜିଆରପି ଓ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତନାଘନା କରୁଛି।

Comment