ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ମଙ୍ଗଳବାର ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ, ନିରଂଜନ ସେଠୀ ଏବଂ ରଂଜନ ନାୟକ ମଧ୍ୟ ରିମାଣ୍ଡରେ ଯାଇଛନ୍ତି। ସମସ୍ତଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପଚରାଉଚରା କରାଯିବ।

ପୋଲିସ୍‌କୁ ନାକେଦମ କରିବା ପରେ ଗତ ୨୮ ତାରିଖ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନା ଭଦ୍ରକର ନଳାଙ୍ଗଠାରେ ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ ହାତରେ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରିବା ପରେ ସନ୍ଧ୍ୟାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଉଭୟଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଥିଲେ।

ମାନସ ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ଆଜି ଶର୍ମିଷ୍ଠା, ଝୁନା, ନିରଂଜନ ଏବଂ ରଂଜନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଜେରା ପରେ ମାସନ ହତ୍ୟାକାଣ୍ଡ ଉପରୁ ପରଦା ଉଠିବା ସହ ମେମୋରି ଚିପ୍‌ର ଗୁମର ଖୋଲିବ ବୋଲି ଆଶା କରାଯାଉଛି।

Tags: #ManasMurderCase #CrimeBranch #SarmisthaRout #NiranjanSethi #Remand

Comment