ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା ହେବାରେ ଲାଗିଛି। କିଛି ଦିନ ତଳେ ଆଦିତ୍ୟଙ୍କ ବାପା ତାଙ୍କ ପୁଅର ମୃତ୍ୟୁ ପଛରେ ଜଣେ ରହସ୍ୟମୟୀ ଝିଅ ଥିବା କହିଥିଲେ। ଗୁରୁବାର ଆଦିତ୍ୟଙ୍କ ପତ୍ନୀ ମଧ୍ୟ ସେହି ରହସ୍ୟମୟୀ ଝିଅ ବିଷୟରେ ପାଟି ଖୋଲିଛନ୍ତି।

ବିଦ୍ୟାଶ୍ରୀ କହିଛନ୍ତି ଯେ, ସେହି ଝିଅର ମାନସିକ ସମସ୍ୟା ଥିଲା। ସେହି କାରଣରୁ ଆଦିତ୍ୟ ତାଙ୍କ ସହିତ ବ୍ରେକଅପ କରିଥିଲେ। ଏହାପରେ କିନ୍ତୁ ସେହି ଝିଅ ଜଣକ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି।BGUଅନ୍ୟପଟେ ସେହି ଝିଅ ଜଣକ କଥା କଥାରେ ହାତ ଗୋଡ଼ କାଟିଦେବି ଭଳି ଧମକ ଦେଉଥିଲେ। ଏପରିକି ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ନିର୍ବନ୍ଧ ପରେ ମଧ୍ୟ ସେ ସେମାନଙ୍କୁ ଧମକ ଦେଇଥିବା କଥା ବିଦ୍ୟାଶ୍ରୀ ସୂଚନା ଦେଇଛନ୍ତି।

ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଏବେ କ୍ରାଇମବ୍ରାଞ୍ଚ ହାତରେ ଅଛି। ହେଲେ ଗତ କିଛି ତଳେ ଆଦିତ୍ୟଙ୍କ ବାପା ତାଙ୍କ ପୁଅର ମୃତ୍ୟୁ ପଛରେ ଗୁଜରାଟର ଜଣେ ସାଇକୋ ଲେଡିର ହାତ ଥିବା କହିଥିଲେ। ଏହାପରେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି।

Comment