ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ରାଜନୀତିରେ ଅସ୍ଥିରତା ଚାଲିଥିଲା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ। ଟୁଇଟ କରି କଂଗ୍ରେସକୁ ସମାଲୋଚନା କରିଛନ୍ତି ବସୁନ୍ଧରା। ତାଙ୍କ ଟୁଇଟରେ ରାଜସ୍ଥାନରେ ଉପୁଜିଥିବା ସମସ୍ତ ସମସ୍ୟାର ଏକ ଚିଠା ରହିଛି।

‘‘କରୋନା ମହାମାରୀ ରାଜ୍ୟର ୫ ଶହ ଲୋକଙ୍କ ଜୀବନ ନେଇସାରିଲାଣି। ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ ସରକାର ନିଜ ସୁରକ୍ଷାରେ ଲାଗିଛନ୍ତି’’, କହିଛନ୍ତି ବସୁନ୍ଧରା।

CGU new

ରାଜ୍ୟ ସରକାରରେ ଅସ୍ଥିରତା ପାଇଁ ରାଜସ୍ଥାନବାସୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ୁଛି। କେବଳ ଏତିକି ନୁହେଁ ରାଜ୍ୟରେ ପଙ୍ଗପାଳ ସମସ୍ୟା, ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଛି ବୋଲି ମଧ୍ୟ ସେ କହିଛନ୍ତି।

ବିଜେପି ରାଜସ୍ଥାନରେ ସରକାରକୁ  ଭାଙ୍ଗିବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍। ଏହି ଅଭଯୋଗକୁ ଖଣ୍ଡନ କରି ବସୁନ୍ଧରା ରାଜେ ଏଭଳି କହିଛନ୍ତି।

Comment