ଓଡ଼ିଶାଲାଇଭ୍ ବ୍ୟୁରୋ

Assam flood-2

ଆସାମରେ ବନ୍ୟା ଧିରେ ଧିରେ ତୀବ୍ର ରୂପ ନେବାରେ ଲାଗିଛି। ସମୁଦାୟ ୩୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲାରେ ଦେଖାଦେଇଛି ବନ୍ୟା ସଂକଟ। ପ୍ରାୟ ୫୪ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହେବା ସହ ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କ ମୃତ୍ୟୁ ଘଟିଛି।

CGU new

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ୱାଲ୍। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସାମକୁ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Asam flood-1

ତେବେ ଆସାମର ଜଳ ସଂଶୋଧନ ମନ୍ତ୍ରୀ କେଶବ ମହନ୍ତ କହିଛନ୍ତି ଯେ ଆସାମରେ ପ୍ରାୟସବୁ ନଦୀ ବିପଦ ସଂକେତ ଉପରେ ବହୁଥିବାରୁ ଏଠାରେ ବନ୍ୟା ତୀବ୍ର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୬୪୯ଟି ରିଲିଫ୍ କ୍ୟାମ୍ପରେ ୬୦ ହଜାରରୁ ଉର୍ଦ୍ଧ ଲୋକ ଆଶ୍ରୟ ନେଇଛନ୍ତି।

Comment