ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ବନ୍ୟା କ୍ଷୟକ୍ଷତିର ରିପୋର୍ଟ। ବନ୍ୟାରେ ରାଜ୍ୟର ୧୪ ହଜାରରୁ ଅଧିକ ଘର ଭାଙ୍ଗିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରୁ କ୍ଷୟକ୍ଷତିର ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ବୁଧବାର ଦିନ ରିପୋର୍ଟ ଜାରି କରିଛନ୍ତି।

ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟରେ ମୋଟ ୧୪,୨୩୫ଟି ଘର ଭାଙ୍ଗିଥିବା ଜିଲ୍ଲାପାଳମାନେ ରିପୋର୍ଟରେ ଦର୍ଶାଇଛନ୍ତି। କେବଳ ଘର ଭାଙ୍ଗି ନାହିଁ ୧,୨୬,୧୬୨ ହେକ୍ଟର ଚାଷ ଜମି ମଧ୍ୟ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି।

ବନ୍ୟାରେ ୨୮ ହଜାର ହେକ୍ଟର ମାଛ ପୋଖରୀ ଏବଂ ୧,୨୩୬ ଗୁହାଳ କ୍ଷତିଗ୍ରସ୍ତ। ଗୃହ ନିର୍ମାଣ କୃଷି ସହାୟତା ଆଦି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୮.୫୮ କୋଟି ଟଙ୍କା ମଞ୍ଜୁର ହୋଇଛି।

Tags: #Flood #FloodInOdisha #FloodAffectedAreas #OdishaGovt #DamageReport

Comment