ଓଡ଼ିଶାଲାଇଭ୍ ବ୍ୟୁରୋ

sonu sood-1

କରୋନା ସମୟରେ ଘରଠାରୁ ଦୂରରେ ଅନ୍ୟତ୍ର ଫସି ରହିଥିବା ଲୋକମାନଙ୍କ ପାଇଁ ଦେବ ଦୁତ ସାଜିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ହଜାର ହଜାର ଲୋକଙ୍କୁ ବସ୍ ବା ଫ୍ଲାଇଟ୍ ମାଧ୍ୟମରେ ନିଜ ଘରକୁ ପଠାଇ ସେ ସମସ୍ତଙ୍କ ମନ ଜିତି ପାରିଛନ୍ତି। ତେବେ ନିକଟରେ ଜଣେ ଓଡ଼ିଆ ଯୁବକ ସୋନୁ ସୁଦଙ୍କ ନାଁରେ ଓ୍ୱେଲ୍ଡିଂ ଦୋକାନ ଖୋଲି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

CGU new

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଚିଞ୍ଚିର ଗାଁର ବାସିନ୍ଦା ପ୍ରଶାନ୍ତ କୁମାର ପ୍ରଧାନ। ଗତ ମେ’ ମାସରେ ସେ କେରଳକୁ କାମ କରିବାକୁ ଯାଇ କରୋନା ପରସ୍ଥିତି ଭିତରେ ସେଠାରେ ଫସି ରହିଥିଲେ। ତେବେ ସୋସିଆଲ ମିଡିଆରେ କେରଳରେ ଫସିଥିବା ଓଡ଼ିଆମାନଙ୍କ ଭିଡିଓ ଦେଖିବା ପରେ ଅଭିନେତା ସୋନୁ ସୁଦ ୧୬୯ଜଣଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିଥିଲେ। ଏଥିରେ ପ୍ରଶାନ୍ତ ମଧ୍ୟ ସାମିଲ୍ ଥିଲେ।

sonu sood-2

ତେବେ ଘରକୁ ଫେରିବା ପରେ ସେ ନିଜର ଏକ ଓ୍ୱେଲ୍ଡିଂ ଦୋକାନ ଖୋଲିଛନ୍ତି। ଏହାର ନାମ ସେ ‘ସୋନୁ ସୁଦ ଓ୍ୱେଲ୍ଡିଂ ଓ୍ୱାର୍କସପ୍’ ରଖିଛନ୍ତି। ଏହା ବ୍ୟତୀତ ପ୍ରଶାନ୍ତ କହିଛନ୍ତି ଯେ ଓଡ଼ିଶା ଫରିବା ପରେ ମଧ୍ୟ ସୋନୁ ଫୋନ କରି ତାଙ୍କ ହାଲଚାଲ ବିଷୟରେ ବୁଝିଥିଲେ। ତେବେ ଅଭିନେତା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇବାର ବେଶ୍ ସୁନ୍ଦର ଉପାୟ ବାଛିଛନ୍ତି ପ୍ରଶାନ୍ତ।

LEAVE A REPLY

Please enter your comment!
Please enter your name here