ଓଡ଼ିଶାଲାଇଭ୍ ବ୍ୟୁରୋ

kendrapada

କେନ୍ଦ୍ରାପଡ଼ାରେ ପୁଣି ଥରେ ଦେଖିବାକୁ ମିଳିଛି ସମଲିଙ୍ଗୀ ବିବାହ। ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି କେନ୍ଦ୍ରାପଡ଼ାର ଯୁବକ କାହ୍ନୁଚରଣ ସ୍ୱାଇଁ ଓରଫ୍ ପପୁ। କେନ୍ଦ୍ରାପଡ଼ା ସଦରଥାନା ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ଏହି ବିବାହ ସଂପନ୍ନ ହୋଇଛି। ତେବେ କେନ୍ଦ୍ରାପଡ଼ା ସଦରଥାନା ପୋଲିସ୍ ଏବଂ ବଳଦେବଜୀୟୁ କିନ୍ନର ସଂଘର ଉପସ୍ଥିତିରେ ଏହି ବିବାହ ହୋଇଥିଲା।

CGU new

ପପୁ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇ ଥାନା ଅନ୍ତର୍ଗତ ଖଣ୍ଡେଇପଡ଼ା ଗାଁର ବାସିନ୍ଦା। ମହାକାଳପଡ଼ା ବ୍ଲକ ଲାଞ୍ଜୁଳା ଗାଁର ସମୀର ମଳିକ ଓରଫ କଣ୍ଢେଇ (କିନ୍ନର)ଙ୍କ ସହ ତାଙ୍କ ବିବାହ ହୋଇଛି। ବହୁଦିନ ଧରି ଦୁହେଁ ରାଜ୍ୟ ବାହାରେ ଦାଦନ ଖଟୁଥିଲେ। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ କରୋନା ପୂର୍ବରୁ ଉଭୟ କେନ୍ଦ୍ରାପଡ଼ାକୁ ଫେରିଆସିଥିଲେ।

ହେଲେ ପପୁଙ୍କ ଘରଲୋକେ ଏ ସଂପର୍କକୁ ଗ୍ରହଣ କରିପାରିଲେ ନାହିଁ। ତେଣୁ ଉଭୟ ଗାଁ ଛାଡ଼ି ସଦରଥାନା ଅଞ୍ଚଳରେ ରହୁଥିଲେ। ଏନେଇ ପପୁଙ୍କ ଘରଲୋକେ ସଦରଥାନାରେ ଅଭିଯୋଗ କରିବାରୁ ପୋଲିସ୍ ଉଭୟଙ୍କୁ ଡାକି ବୁଝାସୁଝା କରିଥିଲା। ତେବେ କଣ୍ଢେଇଙ୍କ ପକ୍ଷରୁ ବଲଦେବଜୀୟୁ କିନ୍ନର ସଂଘ ଥାନାରେ ପହଞ୍ଚି ସେମାନଙ୍କ ବିବାହକୁ ସମ୍ମତି ଜଣାଇଥିଲେ। ଉଭୟ ସାବାଳକ ହୋଇଥିବାରୁ ଥାନାର ଆଇଆଇସି ପ୍ରମୋଦ କୁମାର ମଲ୍ଲିକ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିଲେ।

kendrapada

ଉଭୟ କେନ୍ଦ୍ରାପଡ଼ା ସଦରଥାନା ପୋଲିସ୍ ଏବଂ ବଳଦେବଜୀୟୁ କିନ୍ନର ସଂଘରର ସହାୟତାରେ ଏହି ବିବାହ ସଂପନ୍ନ ହୋଇଛି ଏବଂ ଏନେଇ ଉଭୟ ପପୁ ଏବଂ କଣ୍ଢେଇ ବେଶ୍ ଖୁସି ଅଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଜଣ ମହିଳା ଯୋଡ଼ିଙ୍କ ସମଲିଙ୍ଗୀ ବିବାହ ଦେଖିବାକୁ ମିଳିଥିଲା।

Comment