ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୈତିକ ସଙ୍କଟ ମଧ୍ୟରେ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଆବେଦନ ଉପରେ ଶୁଣାଣୀ କରିଛନ୍ତି। ବିଧାନସଭା ବାଚସ୍ପତିଙ୍କ ନୋଟିସ ବିରୋଧରେ ପାଇଲଟ କରିଥିବା ଆବେଦନର ଶୁଣାଣି କରି ଜୁଲାଇ ୨୪ରେ ରାୟ ପ୍ରକାଶ କରିବେ କୋର୍ଟ କହିଛନ୍ତି। ସେ ପର୍ଯ୍ୟନ୍ତ ପାଇଲଟ ଓ ତାଙ୍କ ସମର୍ଥିତ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି।

କାରଣ ଜୁଲାଇ ୨୪ ଯାଏଁ ବିଧାନସଭା ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ୧୯ ଜଣ ସମର୍ଥକ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ରହିଛି।CGU new

ଏହାପୂର୍ବରୁ ହାଇକୋର୍ଟ ଜୁଲାଇ ୧୭ରେ ଏହି ମାମଲାର ଶୁଣାଣି କରିଥିଲେ। ଆଜିକୁ ଅର୍ଥାତ ଜୁଲାଇ ୨୧କୁ ଆଗାମୀ ଶୁଣାଣି ଘୁଞ୍ଚାଇବା ସହିତ ଜୁଲାଇ ୨୧ ଯାଏଁ ପାଇଲଟ ଓ ତାଙ୍କ ସମର୍ଥିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନନେବାକୁ କହିଥିଲେ।

ପାଇଲଟଙ୍କୁ ଦଳରୁ ବିଦା କରିବା ପରେ ଗତ ଜୁଲାଇ ୧୫ ତାରିଖରେ ବିଧାନସଭାର ବାଚସ୍ପତି ସଚିନ ପାଇଲଟ ଓ ତାଙ୍କର ଅନୁଗତ ବିଧାୟକଙ୍କୁ ନୋଟିସ୍ କରିଥିଲେ। ସଦସ୍ୟତା ରଦ୍ଦ ନେଇ ବାଚସ୍ପତି ପଠାଇଥିବା ନୋଟିସକୁ ଚାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସଚିନ।

Comment