ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ବିନା ମାଟିରେ ପ୍ଲାଷ୍ଟିକ ଟ୍ରେରେ ବିଭିନ୍ନ ପନିପରିବା ଫସଲ ପାଇଁ ଆପଣ ତଳି ପ୍ରସ୍ତୁତ କରିବେ। ଏହା କିପରି ସମ୍ଭବ ଜାଣନ୍ତୁ।

ଉନ୍ନତମାନର ତଳି ଓ ଚାରା ଗଛ ପ୍ରସ୍ତୁତ କରିବା ପାଇଁ ଆମେ ପ୍ଲାଷ୍ଟିକ ଟ୍ରେ ବ୍ୟବହାର କରିପାରିବ। ମଞ୍ଜି ବିକ୍ରି ହେଉଥିବା ଦୋକାନରେ ଏହି ଟ୍ରେ ଉପଲବ୍ଧ ହୋଇଥାଏ। ପ୍ଲାଷ୍ଟିକ ଖୋପର ଟ୍ରେ ଦେଖିବାକୁ କଳାରଙ୍ଗର।

ତଳି ପାଇଁ ଟ୍ରେ ପ୍ରସ୍ତୁତି

୪୮ଟି ଖୋପ, ୯୮ଟି ଖୋପ ଓ ୧୦୪ ଖୋପ ଥାଇ ଏହି କଳାରଙ୍ଗର ଟ୍ରେ ଟ୍ରେ ବହୁତ ପତଳା ଓ ଛୋଟ ବଡ଼ ୨ ପ୍ରକାରର   ମିଳୁଛି। ଏହି ପ୍ଲାଷ୍ଟିକ ଟ୍ରେରେ ଚାରା ପ୍ରସ୍ତୁତ କରିବା ପାଇଁ ନଡ଼ିଆ କତାର ଗୁଣ୍ଡ ଇଟା ଖଣ୍ଡ  ପତଳା ଧଳା ଜରି ସିଲ ହୋଇ ବଜାରରେ ମିଳୁଛି। ୫ କିଲୋଗ୍ରାମ ଓଜନର ଏହି ନଡ଼ିଆ କତା ଗୁଣ୍ଡର ଇଟା ଖଣ୍ଡ ପ୍ରାୟ ୧୭ହ ଟଙ୍କା।

ଏହି ଇଟା ଖଣ୍ଡର ଜରି ସିଲ ଖୋଲି ଗୋଟିଏ ବଡ଼ ଟ୍ରେରେ ରଖି ଦିଆଯାଏ।  ଏହି ଇଟାକୁ ବତୁରାଇବା ପାଇଁ ୨୦ ଲିଟର ପାଣି ଆବଶ୍ୟକ ପଡ଼େ। ପାଣି ପାଇବା ପରେ ୩ରୁ ୪ ଘଣ୍ଟା ମଧ୍ୟରେ ଇଟା ଖଣ୍ଡଟି ବତୁରି ଗୁଣ୍ଡ ଗୁଣ୍ଡ ହୋଇ ଫୁଲି ଯାଏ। ପାଣି ଭିଜିଲା ପରେ ଏହା ଚା’ ଗୁଣ୍ଡ ସଦୃଶ ଦେଖାଯାଏ।

୫ କିଲୋଗ୍ରାମ ପରିମାଣର ଏହି ଗୁଣ୍ଡ ସହିତ ୨ କିଲୋଗ୍ରାମ ଜିଆ ଖତ, କାର୍ବେଣ୍ଡିଜିମ ଫିମ୍ପିନାଶକ ଓ ଶୁଖିଲା ଗୋବର ଖତର ଗୁଣ୍ଡକୁ ଭଲ ଭାବରେ ମିଶାଇ ପ୍ଲାଷ୍ଟିକ ଖୋପ ଟ୍ରେରେ ଭର୍ତ୍ତି କରି ହାତରେ ସମାନ କରିଦିଆଯାଏ। ଏହାପରେ ଆଙ୍ଗୁଠି ସାହାଯ୍ୟରେ ଚାପି ଦିଆଯାଏ।

ଅଧିକ ଖୋପ ଥିବା ପ୍ଲାଷ୍ଟିକ ଟ୍ରେରେ ଟାମାଟେ, ଲଙ୍କା, କ୍ୟାପସିକମ, ଫୁଲ କୋବି, ବନ୍ଧା କୋବି ଆଦି ଚାରା ପ୍ରସ୍ତୁତ କରାଯାଇପାରିବ।

ମାତ୍ର ବଡ଼ ବଡ଼ ଖୋପ ଥିବା ଟ୍ରେରେ ଅମୃତ ଭଣ୍ଡା, ସଜନା, କାକୁଡି, କଲରା, କଖାରୁ, ଲାଉ, ତରଭୁଜ, ଛଚିନ୍ଦ୍ରା ଆଦି ପନିପରିବା ଫସଲର ଚାରା ପ୍ରସ୍ତୁତ କରାଯାଏ।

ଟ୍ରେରେ କେମିତି ଲଗାଇବେ ମଞ୍ଜି?

କାର୍ବେଣ୍ଡିଜିମ ଗୁଣ୍ଡ ମିଶାଇ ମଞ୍ଜିକୁ ଭଲ ଭାବେ ମିଶାଇ, କିଛି ମମୟ ପରେ ଗୋଟିଏ ଖୋପରେ ଗୋଟିଏ ମଞ୍ଜି ଲଗାଯାଏ।CGU new

ଜଳ ନିଷ୍କାସନ ପାଇଁ ଖୋପର ତଳ ପଟରେ କଣା ଟିଏ ମଧ୍ୟ ରହିଥାଏ। ଏହି ପଦ୍ଧତି ଅନୁସରଣ କରି ମଞ୍ଜି ଲଗାଇଲେ ମଞ୍ଜି ଓ ତଳି ସଢ଼ି ନଥାଏ।

ଟିପରେ କଣା କରି ଗୋଟିଏ ଖୋପରେ ଗୋଟିଏ ମଞ୍ଜି ଲଗାଇ ଘୋଡ଼ାଇ ଦେଇ ଝରା ସାହାଯ୍ୟରେ ଅଳ୍ପ ପାଣି ଦେଇ ଛାଡ଼ି ଦିଅନ୍ତୁ। ମଞ୍ଜି ଲଗାଯାଇଥିବା ଟ୍ରେକୁ ଖରାରେ ରଖି ଦିଅନ୍ତୁ।

ପ୍ରତିଦିନ ଆବଶ୍ୟକତା ଦେଖି ସେଥରେ ଝରା ସାହାଯ୍ୟରେ ପାଣି ଦିଅନ୍ତୁ।

୨୧ରୁ ୨୫ ଦିନର ତଳିକୁ ଜମିରେ ଲଗାନ୍ତୁ।

ଜହ୍ନି, କଲରା, କାକୁଡ଼ି, କଖାରୁ ଲଗାଯାଇଥିବା ଟ୍ରେ ଛାଇରେ ରଖିଲେ ଚାରା ଗଛ ଅଯଥା ଡେଙ୍କା ହୋଇଯାଇଥାଏ। ଏହି ଚାରା ଗଛକୁ ଜମିରେ ଲଗାଇଲେ ଗଛ ଭଲ ଭାବରେ ପ୍ରଥମ ଅବସ୍ଥାରେ ଭଲ ଭାବରେ ବଢ଼ି ପାରିନଥାଏ।

ସଠିକ ଦିନ, ସଠିକ ସମୟରେ ଚାରା ଉପାଡ଼ିବା ଦିନ ସକାଳ ଭଲ ଭାବରେ ପାଣି ଦେଇ ଉପର ବେଳାକୁ ଖରା କମିଲା ପରେ ଚାରାକୁ ଉପାଡ଼ି ଜମିରେ ଲଗାନ୍ତୁ। ଚାରା ମୂଳରେ ପାଣି ଦେଇ ଉପାଡ଼ିଲେ ଚିର ଚିଣ୍ଡିନଥାଏ।  ହୃଷ୍ଟ ପୃଷ୍ଟ ତଳି ଜମିରେ ଲଗାଇଲେ ଫସଲ ମରିଯିବାର ଭୟ ନଥାଏ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment