ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ 

corona tikka-1

ଆଗାମୀ ମାସରେ ଭାରତରେ ହେବାକୁ ଯାଉଛି କରୋନା ଟିକାର ମାନବ ପରୀକ୍ଷଣ। ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ବଜାରକୁ କରୋନା ଟିକା ଆସିପାରେ। ଏନେଇ ସୂଚନା ଜାରି କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ୱାଲା।

CGU new

ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କରୋନା ଟିକାର ପରୀକ୍ଷଣ କରାଯାଉଛି। ଆସନ୍ତା ମାସରେ ଭାରତରେ ଏହାର ମାନବ ପରୀକ୍ଷଣ ମଧ୍ୟ ହେବାକୁ ଯାଉଛି। ତେବେ ଏହାର ସଫଳତାକୁ ଆଧାର କରି ଆସନ୍ତା ବର୍ଷ ବଜାରରକୁ ଆସିପାରେ ଏହି କରୋନା ଟିକା। ସବୁ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ଏହାର ମୂଲ୍ୟ ଏକ ହଜାର ଟଙ୍କା ରଖାଯାଇଛି।

Adar punawala-1

ତେବେ ଭାରତ ପାଇଁ ୧୦୦ କୋଟି ଟିକା ପ୍ରସ୍ତୁତ ହେବାର ବ୍ୟବସ୍ଥା ରହିଛି। ଏନେଇ ଅକ୍ସଫୋର୍ଡ ଏବଂ ସେରମ ଇନଷ୍ଟିଚ୍ୟୁଟ ମଧ୍ୟରେ ବୁଝାମଣା ମଧ୍ୟ ହୋଇଛି। ଆସନ୍ତା ବର୍ଷ ଆରମ୍ଭରୁ ହିଁ କରୋନା ଟିକାର ସାମୁହିକ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି ଅଦର ପୁନାଓ୍ୱାଲା।

Comment