ଓଡ଼ିଶାଲାଇଭ୍ ବ୍ୟୁରୋoffice

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ  ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବା କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ଅନୁମତି ରହିଛି। ଏଥିସହ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଅଫିସ୍ ଆସିବା ଓ ୱାର୍କ ଫ୍ରମ ହୋମରୁ ବାଦ୍ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟ ଏସଆରସି, ଓଏଏସଡିଏମଏ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟସେବା, ପୌର ସେବା ଆଦି କାର୍ଯ୍ୟାଳୟଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। ସେହିପରି ରୋଷ୍ଟର ଡ୍ୟୁଟିରେ ନଥିବା କର୍ମଚାରୀମାନଙ୍କୁ ଘରୁ କାର୍ଯ୍ୟ କରିବା ପାଇଁ ଭିପିଏନ୍ ଯୋଗାଇ ଦେବାକୁ କୁହାଯାଇଛି।

ଅଧସ୍ତନ ଅଫିସଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରିବେ ତାହାର ନିଷ୍ପତ୍ତି ସେମାନଙ୍କର ପ୍ରଶାସନିକ ବିଭାଗ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here