ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗର୍ଭବତୀଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୫ତାରିଖ ପରେ ଏହି ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହାକୁ ଆଖି ଆଗରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟିକା ଦାନ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶାରୀରିକ କଷ୍ଟ ନହେବା ପାଇଁ ଗର୍ଭବତୀମାନେ ଧାଡ଼ିରେ ଠିଆ ହେବେ ନାହିଁ।ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଗର୍ଭବତୀମାନଙ୍କର ଟିକାକରଣକୁ ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଛି। ଏଥିସହ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ବ୍ୟବସ୍ଥା ମଧ୍ୟ କରିବାକୁ କୁହାଯାଇଛି। ଟିକା ନେଇ ସାରିବାପରେ ସେମାନେ ପ୍ରତୀକ୍ଷାଳୟରେ ଅଧ ଘଣ୍ଟା ଅପେକ୍ଷା କରିବେ। ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ପ୍ରକାଶ ନପାଏ ସେମାନେ ଘରକୁ ଯାଇପାରିବେ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗର୍ଭବତୀଙ୍କୁ ସେମାନଙ୍କ ଘରେ କରୋନା ଟିକା ଦିଆଯିବ ନାହିଁ। ସେମାନେ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବେ।

Comment