ଓଡ଼ିଶାଲାଇଭ୍ବ୍ୟୁରୋ

କୋଭିଡ ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲଢ଼େଇ ମଧ୍ୟରେ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ଡିସିଜିଆଇର ଅନୁମତି ମିଳିଛି। ଏହି ଟିକା ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ନେଇପାରିବେ। ଭାରତ ବାୟୋଟେକ ଏହାକୁ ପ୍ରସ୍ତୁତ କରିଥିବାବେଳେ ଏହାର ନାମ ରଖିଛି ‘ବିବିଭି୧୫୪’। ଏହି କୋଭିଡ ଟିକାକୁ ନାକ ମାଧ୍ୟମରେ ଦିଆଯିବ।

ହାଇଦ୍ରାବାଦ ସ୍ଥିତ କମ୍ପାନି ଭାରତ ବାୟୋଟେକ୍ ୪ ହଜାର ଲୋକଙ୍କ ଉପରେ ନାଜାଲ କୋଭିଡ ଟିକାର କ୍ଲିନିକାଲ ଟ୍ରାଏଲ କରିଥିଲା। କିନ୍ତୁ କାହାରିଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କୋଭିଡ ବିରୋଧରେ ଲଢ଼େଇ କରିବାରେ ବୁଷ୍ଟର ଭଳି କାମ କରିବା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି।

Tags: #Covid19 #CovidVaccine #NasalCovidVaccine #BharatBioTech #DCGIApproval

Comment