ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଏବେ ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଇ ପାରିବ। ଶୁକ୍ରବାର ଜାଇଡସ୍ କାଡିଲାର ୩ ଡୋଜ୍ କରୋନା ଟିକା ‘ଜାଇକୋଭ-ଡି’କୁ ଦେଶରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଡ୍ରଗ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ (ଡିସିଜିଆଇ)ର ବିଶେଷଜ୍ଞ କମିଟି ଏହି ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛି।

ଗୁଜୁରାଟର ଔଷଧ କମ୍ପାନି କାଡିଲା ହେଲ୍‌ଥକେୟାର ଲିମିଟେଡ ଏହି ଟିକା ପ୍ରସ୍ତୁତ କରିଛି। ୨୮ ହଜାର ଭଲ୍ୟୁଣ୍ଟିୟରଙ୍କ ଉପରେ ଏହି ଟିକାକୁ ପରୀକ୍ଷଣ କରାଯାଇଥିଲା। ଯେଉଁଥିରେ ୧୨ ବର୍ଷରୁ ୧୦୦ ପିଲା ମଧ୍ୟ ରହିଥିଲେ। ପରୀକ୍ଷଣରୁ ଏହି ଟିକାଟି ୬୬.୬ ପ୍ରତିଶତ ପ୍ରଭାବୀ ବୋଲି ଜଣା ପଡ଼ିଥିଲା। ଏହାପରେ ଦେଶରେ ଏହାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେବାକୁ କମ୍ପାନି ପକ୍ଷରୁ ଜୁଲାଇ ୧ରେ ଡିସିଜିଆଇଙ୍କ ନିକଟରେ ଆବେଦନ ହୋଇଥିଲା। ତେଣୁ ଭାରତର ପ୍ରଥମ ଟିକା ଭାବେ ଏହା ପିଲାମାନଙ୍କୁ ଦିଆଯାଇ ପାରିବ।ପୂର୍ବରୁ ଭାରତର ଟିକାକରଣ ଅଭିଯାନରେ ୪ଟି ଟିକା ଥିଲା। ଏବେ ଜାଇକୋଭ୍-ଡିକୁ ମିଶାଇ ଦେଶରେ ଅନୁମତିପ୍ରାପ୍ତ ଟିକା ସଂଖ୍ୟା ୫ରେ ପହଞ୍ଚିଛି। ପୂର୍ବରୁ କୋଭାକ୍ସିନ୍, କୋଭିସିଲ୍ଡ, ସ୍ଫୁଟନିକ୍-ଭି ଓ ମଡର୍ଣ୍ଣା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଥିଲା।

Comment