ଓଡ଼ିଶାଲାଇଭ୍ ବ୍ୟୁରୋ

RAJYASABHA

ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଚାରି ସଦସ୍ୟ ଆଜି ସାଂସଦ ଭାବେ ଶପଥ ନେବେ। ସଂସଦର ହାଉସ ଅଫ୍ ଚାମ୍ବରରେ ସେମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

ଗତ ମାର୍ଚ୍ଚ ମାସରେ ଚାରି ସଦସ୍ୟ ସୁବାଷ ସିଂ, ମୁନା ଖାଁ, ମମତା ମହାନ୍ତ ଓ ସୁଜିତ କୁମାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ କରୋନା ପାଇଁ ଲକଡାଉନ ହେତୁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ। ଆଜି ଦୀର୍ଘଦିନ ପରେ ସେମାନେ ଏହି ଶପଥ ପାଠ କରିବେ।

CGU new

ଓଡ଼ିଶାର ଚାରି ଜଣ ସଦସ୍ୟଙ୍କ ସହ ପ୍ରାୟ ୪୩ ଜଣ ଅନ୍ୟ ସଦସ୍ୟ ମଧ୍ୟ ଶପଥ ନେବେ। ଏମାନଙ୍କୁ ମଧ୍ୟରୁ ବିଜେପିର ୧୮ ଜଣ, କଂଗ୍ରେସର ୧୦ ଜଣ, ଓ୍ୱାଏସଆର କଂଗ୍ରେସର ୪ ଜଣ ସଦସ୍ୟ ମଧ୍ୟ ରହିଛନ୍ତି। ତେବେ କରୋନା ସଂକ୍ରମଣ ପାଇଁ ତୃଣମୂଳ କଂଗ୍ରେସ ଓ ଡିଏମକେ ସଂସଦ ଏହି ଶପଥ ଗ୍ରହଣରେ ଯୋଗ ଦେବେ ନାହିଁ।

Comment