ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

home isolation-2

ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ପ୍ରାୟ ଚାଳିଶି ହଜାରରୁ ଉର୍ଦ୍ଧ ପଜିଟିଭ୍ କେସ ଆସୁଛି। ତେବେ ଏଥିମଧ୍ୟରେ ଦିଲ୍ଲୀରେ କମୁଛି ସଂକ୍ରମଣର ପ୍ରଭାବ। ଦିଲ୍ଲୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପଚିଶ ହଜାର ଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୧୫,୨୮୮ଟି ଆକ୍ଟିଭ୍ କେସ୍ ରହିଛି।

CGU new

ତେବେ ଦିଲ୍ଲୀରେ ୧.୬ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପଛରେ ସବୁଠୁ ବଡ଼ କାରଣ ‘ହୋମ ଆଇସୋଲେସନ୍’ ବୋଲି କହିଛନ୍ତି ବିଏଲ୍ କପୁର ହସ୍ପିଟାଲର ଡାକ୍ତର ସନ୍ଦୀପ ନାୟର। ସେ କହିଛନ୍ତି ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୭୦ରୁ ୮୦ ପ୍ରତିଶତ ରୋଗୀଙ୍କ ମଧ୍ୟରେ ସାମାନ୍ୟରୁ ଅତି ସାମନ୍ୟ ଲକ୍ଷଣ ଦେଖାଯାଉଥିଲା। ତେଣୁ ସେମାନେ କୌଣସି ହସ୍ପିଟାଲ ବା କୋଭିଡ୍ ସେଣ୍ଟରରେ ନରହି ନିଜ ଘରେ ଆଇସୋଲେସନରେ ରହିଥିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରେ ସୁସ୍ଥହାର ଅଧିକ ଦେଖାଯାଇଛି।

home isolation-1

ତେବେ ଦିଲ୍ଲୀର ଏହି ‘ହୋମ ଆଇସୋଲେସନ’ ବର୍ତ୍ତମାନ କରୋନାକୁ ହରାଇବା ପାଇଁ ଏକ ରୋଲ ମଡେଲ ଭାବେ କାର୍ଯ୍ୟ କରୁଛି। ଏହାଦ୍ୱାରା ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ ବେଡର ଅଭାବ ମଧ୍ୟ ଦେଖାଯିବ ନାହିଁ। ତେବେ ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକରେ ମଧ୍ୟ ସମସ୍ତ ନିୟମାବଳୀ ସହ ଏହି ପଦ୍ଧତିକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ସନ୍ଦୀପ।

Comment