ଓଡିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସାହିତ୍ୟିକ ଅଶୋକ ନାୟକଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏନେଇ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାବିତ୍ ଅଶୋକ ନାୟକ କଳା, ସଂସ୍କୃତି ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍, କଳା, ସଂସ୍କୃତି ଓ ସାହିତ୍ୟ ସାଧକ।CGU newଓଡ଼ିଶା ସାହିତ୍ୟ ଏକାଡେମୀର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀରେ ତାଙ୍କର ଯୋଗଦାନ ଜିଲ୍ଲାର କଳା, ସଂସ୍କୃତି ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here