ଓଡିଶାଲାଇଭ୍ ବ୍ୟୁରୋ

ଜୁଲାଇ ୨୫ରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୩ତମ ସ୍ଵନକ୍ଷେତ୍ର ଦିବସ। କରୋନା ମହାମାରୀ ପାଇଁ ଏଥର ଭର୍ଚୁଆଲ କାର୍ଯ୍ୟକ୍ରମ।

ଚଳିତବର୍ଷ ଜୁଲାଇ ୨୫ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୩ତମ ସ୍ଵନକ୍ଷେତ୍ର ଦିବସ ପାଳନ କରାଯାଉଛି। ତେବେ କରୋନା କଟକଣା ଯୋଗୁଁ ସଭାସମିତି ବନ୍ଦ ଥିବାରୁ ଏହି ସ୍ଵନକ୍ଷେତ୍ର ଦିବସକୁ ଡିଜିଟାଲ ମାଧ୍ୟମରେ ପାଳନ କରାଯାଉଛି।

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିଲା ରାଜ୍ୟର ପ୍ରମୁଖ ସାହିତ୍ୟ ଅନୁଷ୍ଠାନ ଓଡ଼ିଶା ସାହିତ୍ୟ ଏକାଡେମୀ। ଗଳ୍ପ ଓ ପତ୍ରିକା ପ୍ରକାଶନ, ବିଭିନ୍ନ ଆଲୋଚନାଚକ୍ର ଏବଂ କର୍ମଶାଳାର ଆୟୋଜନ କରି ଓଡ଼ିଶାର ଭାଷା, ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ। ଏଥିସହ ସାହିତ୍ୟିକ ତଥା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ସଂହତି ପ୍ରତିଷ୍ଠା କରିବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ସବୁବେଳେ ଗୁରୁତ୍ଵ ଦେଇଆସିଛି। ବର୍ତ୍ତମାନ ହରିହର ମିଶ୍ର ଏହାର ସଭାପତି ଥିବାବେଳେ ସଚିବ ଅଛନ୍ତି ଶୁଚିସ୍ମିତା ମନ୍ତ୍ରୀ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ସାହିତ୍ୟରେ ଉଚ୍ଚମାନ ଏବଂ ମୂଲ୍ୟବୋଧ ପ୍ରତିଷ୍ଠା କରିବା ପାଇଁ ଉଚ୍ଚକୋଟୀର ପାଣ୍ଡୁଲିପିର ସଂକଳନ ଓ ପ୍ରକାଶନ ଦାୟିତ୍ଵ ବହନ କରୁଛି। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ  ଅନୁଶୀଳନ ଓ ଗବେଷଣା କରିବାକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଏଥିସହ ବିଭିନ୍ନ ପତ୍ର ପତ୍ରିକା ମଧ୍ୟ ପ୍ରକାଶିତ ହେଉଛି। ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଆଲୋଚନା ଓ ପର୍ଯ୍ୟାଲୋଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।CGU newଓଡ଼ିଶା ସାହିତ୍ୟ ଏକାଡେମୀ ବରିଷ୍ଠ ସାରସ୍ଵତ ସାଧକମାନଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ବର୍ଦ୍ଧିତ କରୁଛି। ପ୍ରତିବର୍ଷ ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ ସୃଜନଶୀଳ ସ୍ରଷ୍ଟାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଉଛି। ସେହିପରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ସାହିତ୍ୟ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଉଛି।

ସେହିପରି ଓଡ଼ିଶାର ବରପୁତ୍ରମାନଙ୍କ ଜୟନ୍ତୀ ଏବଂ ଶ୍ରାଦ୍ଧୋତ୍ସବକୁ ଏକାଡେମୀ ପକ୍ଷରୁ ପାଳନ କରାଯାଉଛି। ଏଥିସହ ଓଡ଼ିଆ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମାରକୀ ବତ୍କୃତାମାଳା ପ୍ରବର୍ତ୍ତନ କରାଯାଉଛି। ଲେଖକ ଓ ସାହିତ୍ୟିକମାନଙ୍କ ମଧ୍ୟରେ ସହଯୋଗ ଓ ସଦ୍‌ଭାବ ପ୍ରତିଷ୍ଠା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ନିରନ୍ତର ପ୍ରୟାସ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ରୁଦ୍ଧିମନ୍ତ କରିଛି।

କରୋନା ମହାମାରୀ ପାଇଁ ଚଳିତବର୍ଷ ଚଳିତବର୍ଷ କୌଣସି ଉତ୍ସବ ଆୟୋଜନ କରାଯାଇ ନାହିଁ। ଏହାକୁ ଭର୍ଚୁଆଲ ମାଧ୍ୟମରେ ପ୍ରସାରଣ କରିବାକୁ ଏକାଡେମୀ ନିଷ୍ପତ୍ତି ନେଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଉପଲକ୍ଷେ ୫୦ ମିନିଟ ଅବଧିର ଏକ କାର୍ଯ୍ୟକ୍ରମ ଆଜି ଦୂରଦର୍ଶନରେ ସନ୍ଧ୍ୟା ୫ଟାରେ ପ୍ରସାରଣ କରାଯିବ।

Comment