ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଗଷ୍ଟ ୨୫ରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ
  •  ଓଡ଼ିଶା ସାହିତ୍ୟ ଏକାଡେମୀର ଓ୍ୱେବିନାର
  • ବିଷୟ : ‘ଓଡ଼ିଆ ସଂସ୍କୃତିକୁ ଅତିବଡ଼ିଙ୍କ ଅବଦାନ’

ଆସନ୍ତାକାଲି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଦିନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜୁମ୍‌ ମାଧ୍ୟମରେ ଓ୍ୱେବିନାର ଆୟୋଜିତ ହେଉଛି। https://us02web.zoom.us/j/88557062980?pwd=ZXE1K3VNK0YzTEVzK0c1YUljbnJyUT09 ଓ୍ୱେବସାଇଟରେ ଆପଣ ଯୋଡ଼ି ହୋଇପାରିବେ।

ଅତିବଡ଼ି ଜଗନ୍ନାଥ ଦାସ, ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ରାଧାଷ୍ଟମୀ ତିଥିରେ ଏହି ମହାନ ସାରସ୍ୱତ ସାଧକ ପୁରୀରେ ଜନ୍ମ ହୋଇଥିଲେ। ଅଗଷ୍ଟ ୨୫ ଅର୍ଥାତ ଆସନ୍ତାକାଲି ଏହି ମହାନ ବ୍ୟକ୍ତିଙ୍କର ଜନ୍ମଦିନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଓଡ଼ିଆ ସଂସ୍କୃତିକୁ ଅତିବଡ଼ିଙ୍କ ଅବଦାନ’ ଶୀର୍ଷକ ଉପରେ ଏକ ୱେବିନାର ଆୟୋଜନ କରାଯାଇଛି। ଏହି ୱେବିନାରରେ ଯୋଡ଼ି ହୋଇ ଅତିବଡ଼ିଙ୍କ ଜୀବନ ଚର୍ଚ୍ଚା ଉପରେ ସହଭାଗିତା ଦେଖାଇବାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର ସଭାମୁଖ୍ୟ ରହିବେ। ସେହିପରି ମୁଖ୍ୟବକ୍ତା ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ ଯୋଗ ଦେବେ।BGU

କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେବା ସହ ଉପସଂହାର କରିବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ଏବଂ ସଂଯୋଜନା କରିବେ ଡକ୍ଟର ମୃତ୍ୟୁଞ୍ଜୟ ରଥ।

ସେହିପରି ଏହି ଓ୍ୱେବିନାରରେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ଡକ୍ଟର ଅସିତ ମହାନ୍ତି, ସୁନିଲ ରଥ,  ଡକ୍ଟର ଭାସ୍କର ମିଶ୍ର, ଡକ୍ଟର ପ୍ରତିଭା ମହାରଥୀ, ଜ୍ଞାନନନ୍ଦ ସାଗର କୁମାର ବେହେରା ମଧ୍ୟ ଉପସ୍ଥିତ ରହିବେ।

ଏହି ଓ୍ୱେବିନାର ଜୁମ୍‌ ମାଧ୍ୟମରେ ଅପରାହ୍‌ଣ ୩ଟାରୁ ଅନୁଷ୍ଠିତ ହେବ। ଯେଉଁମାନେ ଏହି ଓ୍ୱେବିନାରରେ ଯୋଡ଼ି ହେବେ ସେମାନେ ୱେବସାଇଟ୍‌ https://us02web.zoom.us/j/88557062980?pwd=ZXE1K3VNK0YzTEVzK0c1YUljbnJyUT09 କୁ ଯାଇ ଯୋଡ଼ି ହୋଇପାରିବେ।

ଏଥିସହିତ ଏହି ଓ୍ୱେବିନାର ଆପଣ ଓଡ଼ିଶାଲାଇଭ୍‌ ଫେସବୁକରେ ଦେଖିପାରିବେ।

Comment