ଓଡିଶାଲାଇଭ୍ ବ୍ୟରୋ

ଜୟପୁର ଟାଉନ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩ଟି ବାଇକ୍ ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ନୂଆପଡ଼ା ଜିଲ୍ଲାର କିସମତ ଅଲ୍ଲୀ ଏବଂ ଧୋବିପଡ଼ା ଗ୍ରାମର ସରାଫତ ଅଲ୍ଲୀ ବୋଲି ସୂଚନା ମିଳିଛି। କିଛି ଦିନ ତଳେ ଜଣେ ବ୍ୟକ୍ତି ବଜାର ଯାଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କଠାରୁ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।CGU newଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ ଜୟପୁର ଟାଉନ ଥାନା ପୋଲିସ ସନ୍ଧାନ ଚଳାଇଛି।

Comment