ଓଡ଼ିଶାଲାଇଭ୍ ବ୍ୟୁରୋ

Asam flood

ଆସାମରେ ଦିନକୁ ଦିନ ବଢ଼ିଚାଲିଛି ବନ୍ୟାର ପ୍ରକୋପ। ୩୩ଟି ଜିଲ୍ଲାର ପ୍ରାୟ ୨୭ ଲକ୍ଷ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ଆସାମରେ ବନ୍ୟା ଯୋଗୁଁ ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି। ଏହାସହ ଆସାମରେ ବନ୍ୟା ଓ ଭୂସ୍ଖଳନ ଜନିତ ମତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୧୨୨ରେ ପହଁଚିଲାଣି।

CGU new

ସେହିପରି ବିହାରରେ ମଧ୍ୟ ବନ୍ୟା ଯୋଗୁଁ ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓ୍ୱାଲଙ୍କ ସହ ଆଲୋଚନା କରିବା ସହ ଯଥାସମ୍ଭବ ସହାୟତା ପ୍ରଦାନ ପାଇଁ ଚେଷ୍ଟା ଆରମ୍ଭ କରିସାରିଛନ୍ତି।

Assam flood-2

ଏହାସହ ଆସାମ, ବିହାର ଏବଂ ଉତ୍ତରପ୍ରଦେଶରେ ବନ୍ୟାବିପତ୍ତି ଏବଂ କରୋନା ସହ ଲଢ଼େଇ ପାଇଁ ରେଡକ୍ରସର ଆବଶ୍ୟକୀୟ ସାମଗ୍ରୀ ନଅଟି ଟ୍ରକରେ ପଠାଯାଇଛି। ଏହି ଟ୍ରକଗୁଡ଼ିକ ଆବଶ୍ୟକୀୟ ସାମଗ୍ରୀ ସହ ରାଷ୍ଟ୍ରପତି ଭବନରୁ ବାହାରି ବନ୍ୟା ପୀଡ଼ିତ ରାଜ୍ୟଗୁଡ଼ିକରେ ପହଁଚିବ।

Comment