ଓଡିଶାଲାଇଭ୍ ବ୍ୟୁରୋ

 

ଅଗଷ୍ଟ ୩ରେ ରାକ୍ଷୀପୂର୍ଣ୍ଣିମା। ଅନ୍‌ଲାଇନ୍‌ରୁ ନିଜ ମନ ପସନ୍ଦର ରାକ୍ଷୀ  କିପରି କିଣିବେ ଜାଣନ୍ତୁ…

ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ମଧୁର କରିବା ପାଇଁ ରାକ୍ଷୀପୂର୍ଣ୍ଣିମା ଏକ ନିଆରା ଅବକାଶ ହୋଇଥିବାରୁ ସବୁ ଭାଇ ଭଉଣୀ ଏଇ ଦିନକୁ ଚାହିଁ ରହିଥାନ୍ତି। ଭଉଣୀ ତା’ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସିଥାଏ। ବଦଳରେ ଭାଇ ତା ଭଉଣୀକୁ ଭଳିକି ଭଳି ଉପହାର ଭେଟି ଦେଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି। ତେଣୁ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଏକମାତ୍ର ମାଧ୍ୟମ ସାଜିଛି ବିଭିନ୍ନ ଅନ୍‌ଲାଇନ୍‌ ସପିଂ ସାଇଟ୍।

କରୋନା କଟକଣା ଯୋଗୁଁ ଏବେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଜାରି ରହିଛି। ତେଣୁ ରାକ୍ଷୀ ଦୋକାନଗୁଡ଼ିକ ବନ୍ଦ ରହିଛି। କିଛି ଦୋକାନୀ ପୂର୍ବ ବର୍ଷର ରାକ୍ଷୀ ମହଜୁଦ କରି ରଖିଥିଲେ ମଧ୍ୟ ଦୋକାନ ଖୋଲିପାରୁନାହାନ୍ତି। ଏଭଳି ସ୍ଥିତିରେ ଭଉଣୀମାନେ ବିଭିନ୍ନ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ରାକ୍ଷୀ କିଣିବା ସହ ଦୂରରେ ଥିବା ଭାଇମାନଙ୍କ ପାଖକୁ ଅନ୍‌ଲାଇନ୍‌ରେ ରାକ୍ଷୀ ପଠାଇପାରିବେ। ଚଳିତବର୍ଷ ନିମ୍ନଲିଖିତ ରାକ୍ଷୀଗୁଡ଼ିକ ଟ୍ରେଣ୍ଡରେ ଅଛି। ଆପଣ ଚାହିଁଲେ ନିଜ ମନ ପସନ୍ଦର ଟ୍ରେଣ୍ଡି ରାକ୍ଷୀ କିଣିପାରିବେ।ସୁପର ବ୍ରୋ ରାକ୍ଷୀ

ଭାଇମାନେ ଭଉଣୀଙ୍କୁ ସବୁବେଳେ ସୁରକ୍ଷା ଦେଇଥାନ୍ତି। ତେଣୁ ଆପଣ ନିଜ ଭାଇଙ୍କ ହାତରେ ଏହି ସୁପର ବ୍ରୋ ରାକ୍ଷୀ ବାନ୍ଧନ୍ତୁ ଏବଂ ଆପଣଙ୍କ ଭାଇ ସୁପର ମ୍ୟାନ ବୋଲି ତାଙ୍କୁ ଅନୁଭବ କରାନ୍ତୁ।

ଜରି ମୋଟିଫ୍ସ ରାକ୍ଷୀ

ଚଳିତବର୍ଷ ଏହି ରାକ୍ଷୀ ଟ୍ରେଣ୍ଡରେ ରହିଛି। ଜରି ଏବଂ ମୋତି ମାଳିରେ ପ୍ରସ୍ତୁତ ଏହି ରାକ୍ଷୀ ଭିନ୍ନ ଭିନ୍ନ ଡିଜାଇନ୍‌ରେ ଉପଲବ୍ଧ ହେଉଛି। ଆପଣ ନିଜ ଭାଇଙ୍କ ପସନ୍ଦ ଅନୁଯାୟୀ ବିଭିନ୍ନ ଡିଜାଇନ୍‌ର ଜରି ମୋଟିଫ୍ସ ରାକ୍ଷୀ କିଣିପାରିବେ।ପର୍ସୋନାଲାଇଜ୍‌ଡ ରାକ୍ଷୀ

ପର୍ସୋନାଲାଇଜ୍‌ଡ ରାକ୍ଷୀ ସବୁବେଳେ ଟ୍ରେଣ୍ଡରେ ରହିଥାଏ। ଅନ୍‌ଲାଇନ୍‌ରେ

ଆପଣ ନିଜ ଭାଇଙ୍କ ଫଟୋ ଏବଂ ନିଜ ମନ ପସନ୍ଦର ବାର୍ତ୍ତା ଏହି ରାକ୍ଷୀରେ ପ୍ରିଣ୍ଟ କରିପାରିବେ। ଏଥିସହ ଆପଣ ନିଜ ପସନ୍ଦର ସୂତା ଏବଂ ରାକ୍ଷୀର ଆକୃତି ମଧ୍ୟ ଚୟନ କରିପାରିବେ।

କୁନ୍ଦନ ପର୍ଲ ରାକ୍ଷୀ

କୁନ୍ଦନ ଏବଂ ମୋତି ମାଳିରେ ପ୍ରସ୍ତୁତ ଏହି ରାକ୍ଷୀ ବହୁତ ସୁନ୍ଦର ଲାଗିଥାଏ। ବିଭିନ୍ନ ରଙ୍ଗ ଏବଂ ଆକାରର କୁନ୍ଦନ ପର୍ଲ ରାକ୍ଷୀ କିଣି ଆପଣ ନିଜ ଭାଇଙ୍କ ହାତରେ ବାନ୍ଧିପାରିବେ।

ଷ୍ଟୋନ୍ ରାକ୍ଷୀ

ଏ ରାକ୍ଷୀ ସବୁବେଳେ ଟ୍ରେଣ୍ଟରେ ରହିଆସିଛି। ବିଭିନ୍ନ କଲର ଏବଂ ଡିଜାଇନ୍‌ରେ ଏହି ରାକ୍ଷୀ ଉପଲବ୍ଧ। ଆଖିକୁ ସୁନ୍ଦର ଦେଖାଯିବା ସହ ବେଶ୍ ଭଲ ଦାମ୍‌ରେ ଏହି ରାକ୍ଷୀ ମିଳୁଛି। ଆପଣ ଚାହିଁଲେ ଏହି ଷ୍ଟୋନ୍ ରାକ୍ଷୀ ମଧ୍ୟ କିଣିପାରିବେ।ଭୈୟା-ଭାବି ରାକ୍ଷୀ

ଭାଇଙ୍କ ସହ ଭାଉଜଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଚାହୁଁଥିଲେ ଭୈୟା-ଭାବି ରାକ୍ଷୀ ସବୁଠୁ ଭଲ ଅପ୍ସନ। ଏହି ରାକ୍ଷୀ କମ୍ବୋ ସେଟ୍‌ରେ ଆସିଥାଏ। ବିଭିନ୍ନ ଡିଜାଇନ୍‌ରେ ମିଳୁଥିବା ଏହି ରାକ୍ଷୀ ଏବେ ଟ୍ରେଣ୍ଡରେ ଅଛି। ତେଣୁ ଆପଣ ଏହାକୁ କିଣିପାରିବେ।

ଲୁମ୍ବା ରାକ୍ଷୀ

ଭାଉଜମାନଙ୍କ ହାତରେ ବାନ୍ଧିବା ପାଇଁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ଲୁମ୍ବା ରାକ୍ଷୀ। ନଣନ୍ଦମାନେ ଏହି ରାକ୍ଷୀ କିଣି ଭାଉଜମାନଙ୍କୁ ପିନ୍ଧାଇପାରିବେ।

ଏହି ସବୁ ଟ୍ରେଣ୍ଡି ରାକ୍ଷୀ ବ୍ୟତୀତ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଆହୁରି ଅନେକ ଡିଜାଇନ୍‌ର ରାକ୍ଷୀ ଉପଲବ୍ଧ ହେଉଛି। ଆମାଜନ୍, ମିନ୍ତ୍ରା, ଫ୍ରିପ୍‌କାର୍ଟ ଆଦି ପ୍ରମୁଖ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଏହି ରାକ୍ଷୀ ବିକ୍ରି କରାଯାଉଛି। ଯଦି ଆପଣଙ୍କ ଭାଇ ଆପଣଙ୍କ ସହିତ ରହୁଛନ୍ତି ତେବେ ଆପଣ ଏହି ସବୁ ସାଇଟ୍‌ରୁ ରାକ୍ଷୀ ଅର୍ଡର କରିପାରିବେ।CGU newକିନ୍ତୁ ଯଦି ଆପଣଙ୍କ ଭାଇ ଦୂରରେ ରହୁଛନ୍ତି ଏବଂ କରେନା କଟକଣା ଯୋଗୁଁ ଆପଣ ତାଙ୍କ ପାଖକୁ ଯାଇପାରୁନାହାନ୍ତି ତେବେ ମଧ୍ୟ ଚିନ୍ତା କରନ୍ତୁନି। ସପିଂ ସାଇଟ୍‌ରୁ ରାକ୍ଷୀ ପସନ୍ଦ କରିବା ପରେ ଆପଣ ନିଜ ଭାଇଙ୍କ ନାଁ, ଠିକଣା, ଫୋନ୍ ନମ୍ବର ଦେଇ ଅର୍ଡର କରିପାରିବେ। ଫଳରେ ଆପଣଙ୍କ ମନପସନ୍ଦର ରାକ୍ଷୀ ଭାଇଙ୍କ ନିକଟରେ ପହଞ୍ଚିଯିବ।

LEAVE A REPLY

Please enter your comment!
Please enter your name here