ଓଡ଼ିଶାଲାଇଭ ବ୍ୟୁରୋ

୨୧ତମ କାରଗିଲ ବିଜୟ ଦିବସରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ।

ଦେଶ ସେହି ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ ସୀମା ସୁରକ୍ଷିତ। ଯେତେବେଳେ ସୀମାରେ ପଡ଼ୋଶୀ ଦେଶର ଆକ୍ରମଣ ଆରମ୍ଭ ହୁଏ ପୂରା ଦେଶ ଅସୁରକ୍ଷିତ ଭିତରକୁ ଠେଲି ହୋଇଯାଏ। ଖାସ କରି ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ଯଦି ଯୁଦ୍ଧ କରିବାକୁ ଆଗେଇ ଆସେ ସେତେବେଳେ ଦେଶକୁ ସୁରକ୍ଷା ଦେବା ତ ବୀର ଯବାନଙ୍କ ପ୍ରଥମ କର୍ତ୍ତବ୍ୟ। ଠିକ୍ ସେହିପରି କୋଡ଼ିଏ ବର୍ଷ ପୂର୍ବେ ହୋଇଥଲା ଭାରତ ପାକିସ୍ତାନ ଯୁଦ୍ଧ ଯାହାକୁ ଆମେ କାରଗିଲ ଯୁଦ୍ଧ ଭାବେ ଜାଣିଛେ।

ଏହି ଯୁଦ୍ଧରେ ଅନେକ ପ୍ରାଣହାନି ହୋଇଥିଲା। ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ସେନାର ବୀର ଯବାନମାନେ ତାଙ୍କ ପରାକ୍ରମ ଦେଖାଇଥିଲେ। ଶେଷରେ କାରଗିଲରେ ବିଜୟ ହାସଲ କରିଥିଲା ଭାରତ। ଭାରତୀୟ ସେନାର ଏହି ପରାକ୍ରମ ପାଇଁ ୨୧ ଜଣ ଯବାନଙ୍କୁ ପରମବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିମାନଙ୍କ ମଧ୍ୟରୁ ଯୋଗେନ୍ଦ୍ର ସିଂହ ଯାଦବ ଥିଲେ ଜଣେ।CGU new

ଯୋଗେନ୍ଦ୍ର ଏବେ ୧୮ ଗ୍ରିନେଡିୟର୍ସ ସୁବେଦାର ଅଛନ୍ତି ଏବଂ ସେ ବରେଲୀରେ ନିଯୁକ୍ତ ଅଛନ୍ତି।  ହେଲେ କାରଗିଲ ସେ ଯେଉଁ ଅଦମ୍ୟ ସାହାସ ଦେଖାଇଥିଲେ ତାହା ଅବର୍ଣ୍ଣନୀୟ। ୧୫ ଗୁଳି ବାଜିବା ପରେ ବି ମୃତ୍ୟୁକୁ ମାତ ଦେଇ ସେ ଶତ୍ରୁଙ୍କୁ ହରାଇଥିଲେ।  ଟାଇଗର ହିଲରେ ବିଜୟ ପତାକା ଉଡ଼ାଇଥିଲେ।

ଉତ୍ତରପ୍ରଦେଶ, ବୁଲନ୍ଦସହରର ଓରାଙ୍ଗବାଦରେ ଜନ୍ମ ହୋଇଥିଲେ ଯୋଗେନ୍ଦ୍ର। ଯୋଗେନ୍ଦ୍ରଙ୍କ ବାପା ମଧ୍ୟ ସେନାରେ ଥିଲେ। ସେ ୧୯୬୫ ଓ ୧୯୭୧ ଯୁଦ୍ଧକୁ ଅଙ୍ଗେ ଲିଭାଇ ଥିଲେ। ସେ ତାଙ୍କ ପିଲାଙ୍କୁ ମଧ୍ୟ ସେହି କାହାଣୀ ଶୁଣାଇଥିଲେ। ବାପାଙ୍କଠୁ ଯବାନଙ୍କ କାହାଣୀ ଶୁଣି ଯୋଗେନ୍ଦ୍ର ବି ସେନାରେ ଭର୍ତ୍ତି ହେବାକୁ ଚାହଁଥିଲେ। ମାତ୍ର ୧୭ ବର୍ଷ ବୟସରେ ଯୋଗେନ୍ଦ୍ରଙ୍କୁ ସେନାରେ ଚାକିରି ମିଳିଥିଲା। ସେ ୧୯୯୭ରେ ସେନାରେ ଚାକିରି ଆରମ୍ଭ କରି ଦେଇଥିଲେ। ବିବାହର ୧୫ ଦିନ ପରେ ମେ ୨୦, ୧୯୯୯ରେ ତାଙ୍କୁ ବର୍ଡରକୁ ଯିବାକୁ ଚିଠି ଆସିଥିଲା। ନବ ବିବାହିତ ପତ୍ନୀଙ୍କୁ ସେ ଛାଡ଼ି ବର୍ଡ଼ରକୁ ଯାଇଥିଲେ।

ସେତେବେଳକୁ କାରଗିଲ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା।  ଯୋଗେନ୍ଦ୍ର ୧୯ ଗ୍ରିନେଡିୟର୍ସ କମାଣ୍ଡୋ ପଲଟନ ‘ଘାତକ’ ପରିଚାଳନା କରୁଥିଲେ।  ଜୁନ ୨୨ରେ ଯୋଗେନ୍ଦ୍ରଙ୍କୁ ତୋଲଲିଙ୍ଗ ପାହାଡ଼କୁ ପଠାଯାଇଥିଲା। ତୋଲଲିଙ୍ଗରେ ୨୨ ଦିନ ଯୁଦ୍ଧ ପରେ ତୋଲଲିଙ୍ଗରେ ଭାରତକୁ ବିଜୟ ମିଳିଥିଲା। ଏହାପରେ ତାଙ୍କୁ ଟାଇଗର ହିଲ୍ସ ଉପରକୁ ଯିବାକୁ ଅର୍ଡର ମିଳିଥିଲା।

ପାହାଡ଼ରେ ଶିଖରରେ ଶତ୍ରୁ ବସି ରହିଥିଲେ। ଅସହ୍ୟ ଶୀତ ମଧ୍ୟ ହେଉଥିଲା। ହେଲେ ଭାରତକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାର ଥିଲା।  ପାହାଡ଼ ହେଲେ ଉଚ୍ଚରେ ପାକିସ୍ତାନ ଅନୁପ୍ରବେଶକାର ରହିଥିବାରୁ ସେମାନଙ୍କ ସହ ଲଢ଼ିବା ଭାରତୀୟ ସେନାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା।

ସେଥିଲାଗି ଯୋଗେନ୍ଦ୍ରଙ୍କ ଟିମ୍ ରାତିରେ ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ। ଯୋଗେନ୍ଦ୍ରଙ୍କ ଆଖି ସାମ୍ନାରେ ତାଙ୍କର ଅନେକ ସାଥୀ ସହିଦ ହୋଇଗଲେ। ଯୋଗେନ୍ଦ୍ରଙ୍କର ଗୋଟିଏ ହାତବି ଭାଙ୍ଗି ଯାଇଥିଲା। ହେଲେ ସେ ହର ମାନିନଥିଲେ।

ତାଙ୍କ ଶରୀରରେ ସେତେବେଳକୁ ୧୫ ଗୁଳି ବାଜା ସାରିଥିଲା। ମୃତ୍ୟକୁ ମାତ ଦେଇ ଯୋଗେନ୍ଦ୍ର ଟାଇଗର ହିଲ୍ସରେ ତ୍ରିରଙ୍ଗ ଉଡ଼ାଇଥିଲେ। ତା’ ପରେ ସେ ବେହୋଶ ହୋଇଯାଇଥିଲେ। ୧୫ ଗୁଳି ବାଜିବା ପରେ ବି ସେ ବଞ୍ଚିଥିଲେ। ମାସ ମାସ ଧରି ତାଙ୍କ ଚିକିତ୍ସା ଚାଲିଥିଲା। ଶେଷରେ ସେ ସୁସ୍ଥ ହୋଇଥିଲେ। ଏହି ଅଦମ୍ୟ ସାହାସ ଯୋଗୁଁ ମାତ୍ର ୧୯ ବର୍ଷ ବୟସରେ ସେ ପରମବୀର ଚକ୍ରରେ ସମ୍ମାନିତ ହୋଇଥିଲେ।

Comment