ଓଡ଼ିଶାଲାଇଭ୍ ବ୍ୟୁରୋ

aditya-dash-1

ଗତ କିଛି ଦିନ ଧରି ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖୋଲତାଡ଼ରେ ଲାଗିଛି ପୋଲିସ୍। ଏନେଇ ଆଉ ଦୁଇଟି ଟ୍ରେନ ଡ୍ରାଇଭରଙ୍କୁ ପଚରାଉଚରା କରାଯାଇଛି। ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟକୁ ମଧ୍ୟ ଜେରା କରିଥିଲା ପୋଲିସ୍।

ତେବେ ଯେଉଁ ଟ୍ରାକ୍ ଉପରୁ ଆଦିତ୍ୟଙ୍କ ମୃତ ଦେହ ମିଳିଥିଲା, ଘଟଣାଦିନ ରାତି ୧୦ଟା ପରେ ସେହି ଟ୍ରାକ ଦେଇ ଗୋଟିଏ ପାର୍ସଲ ଟ୍ରେନ ଏବଂ ଗୋଟିଏ ମାଲଗାଡ଼ି ଟ୍ରେନ ଯାଇଥିଲା। ତେବେ ଉଭୟ ଟ୍ରେନର ଲୋକୋ ପାଇଲଟଙ୍କୁ ପଚରାଉଚରା କରିଛି ପୋଲିସ୍।

ତେବେ ରାତି ଅଧିକ ହୋଇଥିବାରୁ କିଛି ସ୍ପଶ୍ଟ ଦେଖାଯାଇନଥିବା ବୋଲି କହିଛନ୍ତି ଟ୍ରେନ ଡ୍ରାଇଭର। ଏହା ବ୍ୟତୀତ ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ ଗାର୍ଡଙ୍କୁ ମଧ୍ୟ ଜେରା କରିଛି ପୋଲିସ୍।

Comment