ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଆସନ୍ତାକାଲୀ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ପ୍ରାୟ ସବୁ ଘରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଆପଣ ବି ଚାହିଁଲେ ଏହି ଦିନ ଘରେ ଏକ ଭିନ୍ନ ପ୍ରକାରର ମିଠା ପ୍ରସ୍ତୁତ କରି ପ୍ରିୟଜନଙ୍କୁ ଖାଇବାକୁ ଦେଇପାରିବେ।

ସାମଗ୍ରୀ

  • ଗୋଟେ କପ୍‌ କ୍ଷୀର
  • ଗୋଟେ କପ୍‌ ଚିନି
  • ଗୋଟେ‌ କପ୍‌ ଦହି
  • ଗୋଟେ କପ୍‌ ମିଲ୍କ ପାଉଡର
  • କାଜୁ
  • ଆଲମଣ୍ଡ
  • କିସ୍‌ମିସ୍‌
  • ଚେରି
  • ଗୋଟେ ଚାମଚ ରିଫାଇଣ୍ଡ ତେଲ

ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ ଲଗାଇ ଏକ ପ୍ୟାନ୍‌ ବସାଇବେ। ଏବେ ଏଥିରେ କ୍ଷୀର ପକାଇବେ। କ୍ଷୀର ଗରମ ହୋଇଗଲେ ଏବେ ଏଥିରେ ଦହି ପକାଇବେ। ଦହି ମିଶାଇବା ପରେ କ୍ଷୀର ସମ୍ପୂର୍ଣ୍ଣ ଛିଣ୍ଡିଯିବ। ଏବେ ଏଥିରେ ମିଲ୍କ ପାଉଡର ମିଶାଇବେ। ଏବେ ଏଥିରେ ଚିନି ଏବଂ ଗୋଟେ ଚାମଚ ରିଫାଇଣ୍ଡ ତେଲ ବା ଘିଅ ମିଶାଇବା। ଏବେ ଫୁଟାଇବାକୁ ଛାଡ଼ି ଦିଅନ୍ତୁ। ଦେଖିବେ ପାଣି ସମ୍ପୂର୍ଣ୍ଣ ମରିଯିବ। ଏବେ ଏଥିରେ କାଜୁ, ଆଲମଣ୍ଡ, କିସ୍‌ମିସ୍‌ ଓ ଚେରି ମିଶାଇବା। ଏବେ ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ କ୍ଷୀର ଦହି ଶିରା। ଏହାକୁ ଆପଣ ନିଜେ ଖାଆନ୍ତୁ ଓ ଅତିଥିମାନଙ୍କୁ ଖୁଆନ୍ତୁ।

Comment