ଓଡିଶାଲାଇଭ୍ ବ୍ୟୁରୋsushant-Rhea

ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ସୁଶାନ୍ତଙ୍କ ପିତା ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟରେ ଦାବି କରିଥିଲେ। ଏହାପରେ ନୀତିଶ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ସୁପାରିସ୍ କରିଛନ୍ତି। କିନ୍ତୁ ରିୟାଙ୍କ ଓକିଲ ସତୀଶ ମାନେସିନ୍ଦେ ଏହାକୁ ବିରୋଧ କରିଛନ୍ତି।

ରିୟାଙ୍କ ଓକିଲଙ୍କ ଯୁକ୍ତି ହେଉଛି ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଇପାରିବ ନାହିଁ। ମାମଲାରେ କୌଣସି ଆଇନଗତ ଦିଗ ନାହିଁ ଯାହାଦ୍ଵାରା ବିହାର ପୋଲିସ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବ। ମୁମ୍ବାଇରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବାରୁ କେବଳ ମୁମ୍ବାଇ ପୋଲିସ ହିଁ ମାମଲାର ତଦନ୍ତ କରିପାରିବ ବୋଲି ରିୟାଙ୍କ ଓକିଲ କହିଛନ୍ତି।Rhea-Sushantପାଟନାରେ ଦାଏର ହୋଇଥିବା ଜିଲୋ ଏଫ୍‌ଆଇଆର୍‌କୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯିବ। ଏହି ମାମଲା ପାଟନା ପୋଲିସ ଏବଂ ସିବିଆଇ ପରିସର ବାହାରେ ବୋଲି ସେ କହିଛନ୍ତି।

ତେବେ ଜୁଲାଇ ୧୬ରେ ରିୟା ଏହି ମାମଲାର ସିବିଆଇ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ। କିନ୍ତୁ ଏବେ ତାଙ୍କ ଓକିଲ ସିବିଆଇ ତଦନ୍ତକୁ ବିରୋଧ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment