ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇରେ ଥିବା ତାଙ୍କ ନିଜ ଘରେ ଫ୍ୟାନ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କ ୪୪ ବର୍ଷ ବୟସ ହୋଇଥିଲା।

ପୋଲିସର କହିବା ଅନୁସାରେ ଅଭିନେତା ଜଣକ ୨/୩ ଦିନ ପୂର୍ବରୁ ଆତ୍ମହତ୍ୟା କରିଥାଇ ପାରନ୍ତି। ଘଟଣା ସମ୍ପର୍କରେ କିନ୍ତୁ ଆଜି ଜଣାପଡ଼ିଛି।  ତାଙ୍କ ଘରୁ କୌଣସି ଆମହତ୍ୟା ନୋଟ ମଧ୍ୟ ପୋଲିସକ ମିଳିନାହିଁ।

ସମୀର  ‘କାହାନୀ କାହାନୀ ଘର ଘର କି’ ଲିଡ ରୋଲରେ ଅଭିନୟ କରିଥିଲେ। ଏହାଛଡ଼ା ‘ଗୀତ ହୁଇ ସବସେ ପରାଇ’, ‘ଇସ ପ୍ୟାର କା କ୍ୟା ନାମ ଦୁଁ ଏକବାର ଫିର’, ‘ଆୟୁଷ୍ମାନ ଭବଃ’ ଭଳି ହିଟ୍‌ ସିରିଏଲରେ ଅଭିନୟ କରିଥିଲେ।

Comment