ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

saragamapa shooting

ଦେଶ ବ୍ୟାପି ଖେଳିଯାଇଥିବା କରୋନା ଆତଙ୍କ ଯୋଗୁଁ ସବୁଠି ତାଲା ପଡ଼ିଛି। ବହୁ ଦିନ ଧରି ବନ୍ଦ ରହିଛି ପ୍ରାୟ ସବୁ ଟିଭି ସୋ’ର ସୁଟିଂ। ତେବେ ଏତେ ଦିନର ବିରତି ପରେ କିଛି ଟିଭି ସୋ’ କଳାକାରଙ୍କୁ ନେଇ ସୁଟିଂ ଆରମ୍ଭ କରିଛନ୍ତି। କିନ୍ତୁ ଏଠାକାର ଦୃଶ୍ୟ ରହିଛି ଅଲଗା ପ୍ରକାର। ମୁହଁରେ ଫେସ୍ ସିଲ୍ଡ ତଥା ମାସ୍କ ଲଗାଇ ସୁଟିଂ କରୁଛନ୍ତି କଳାକାର।

CGU new

-‘ସା ରେ ଗା ମା ପା ଲିଟିଲ୍ ଚାମ୍ପ୍ସ’ର ସୁଟିଂ ଆରମ୍ଭ ହୋଇଯାଇଛି। ତେବେ ସୋ’ର ଜଜ୍ ହିମେଶ ରେଶମିଆଁ, ଅଲକା ୟାଗନିକ୍ ଏବଂ ଜାଭେଦ ଅଲ୍ଲୀଙ୍କ ସହ ହୋଷ୍ଟ ମନୀଷ ପାଲ ମଧ୍ୟ ଫେସ୍ ମାସ୍କ ଏଭଂ ସିଲ୍ଡ ପିନ୍ଧିଥିବାର ନଜର ଆସିଥିଲେ।

ye rishte hain pyaar ke serial

-ଟିଭି ସିରିୟଲ ‘ୟେ ରିସ୍ତେ ହେଁ ପ୍ୟାର କେ’ ସେଟରେ ମଧ୍ୟ କଳାକାରମାନେ କିଛି ଦୃଶ୍ୟର ସୁଟିଂ ମାସ୍କ ପିନ୍ଧି କରିଥିବାର ଦେଖିବାକୁ ମିଳିଥିଲା।

anupama serial

-ଷ୍ଟାର ପ୍ଲସରେ ଆସୁଥିବା ନୂଆ ଧାରାବାହିକ ‘ଅନୁପମା’ରେ ନଜର ଆସୁଛନ୍ତି ଟିଭି କଳାକାର ରୁପାଲି ଗାଙ୍ଗୁଲି ଏବଂ ସୁଧାଶୁଂ ପାଣ୍ଡେ। ଏହି ସିରିୟଲର ସୁଟିଂରେ ମଧ୍ୟ ମାସ୍କ ବ୍ୟବହାର କରାଯାଉଛି।

tarak mehta

-ତେବେ କରୋନା ସଂକଟ ମଧ୍ୟରେ ଆରମ୍ଭ ହୋଇଛି ପପୁଲାର ସୋ’ ‘ତାରକ ମେହତା କା ଉଲଟା ଚଷମା’ ର ସୁଟିଂ। ଏଠାରେ ସମସ୍ତ କଳାକାରଙ୍କୁ ମାସ୍କ ପିନ୍ଧିଥି୍ବାର ଦେଖାଯାଇଥିଲା।

bhabi ji serial

-ହିଟ୍ ସୋ’ ‘ଭାବିଜୀ ଘର ପର ହେଁ’ ସୁଟିଂ ସେଟରେ ଶୁଭାଙ୍ଗୀ ଅତ୍ରେ ଏବଂ ରୋହିତାକ୍ଷ୍ୱ ଗୌଡ଼ଙ୍କ ମାସ୍କ ପିନ୍ଧା ଫଟୋ ଦେଖିବାକୁ ମିଳିଥିଲା।

Comment