ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡ୍ୟାନ୍ସର ରାଘବ ଜୁଆଲଙ୍କୁ କିଏ ନଜାଣେ। ନିଜର ସ୍ଲୋ ମୋସନ ଡ୍ୟାନ୍ସ ପାଇଁ ସେ ଆଜି କୋଟି କୋଟି ଡ୍ୟାନ୍ସ ପ୍ରେମୀଙ୍କ ମନରେ ଘର କରିଛନ୍ତି। କେବଳ ଡ୍ୟାନ୍ସ ନୁହେଁ ଆଙ୍କରିଂ ଓ କମେଡି ପାଇଁ ବି ଏବେ ସେ ବେଶ ଲୋକପ୍ରିୟ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଡେରାଡୁନରୁ ଆସିଥିବା ରାଘବ କିଭଳି ବି ଟାଉନରେ ନିଜର ସ୍ଥାନ ହାସଲ କରିଛନ୍ତି।

ରାଘବ ୧୯୯୧, ଜୁଲାଇ ୧୦ରେ ଡେରାଡୁନରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଦୀପକ ଜୁଆଲ ଜଣେ ଓକିଲ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଡ୍ୟାନ୍ସ ପାଇଁ ରାଘବ କୌଣସି ଟ୍ରେନ୍ଂ ନେଇ ନଥିଲେ। କେବଳ ଟିଭରୁ ଦେଖି ସେ ଡ୍ୟାକ୍ସ ଶିଖିଥିଲେ। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ରାଘବ ନିଜ ପରିଶ୍ରମ ବଳରେ ଆଜି ସବୁଠି ପରିଚିତ ହୋଇଛନ୍ତି। ଏବେ ସେ ବଲିଉଡରେ ବି ବେଶ ସକ୍ରିୟ ଅଛନ୍ତି।

୨୦୧୨ରେ ଡ୍ୟାନ୍ସ ରିଆଲିଟି ସୋ ଡିଆଇଡିରୁ ସହିତ ରାଘବଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା|ସେ ଏହି ସୋ’ର ଅଡିସନରୁ ହିଁ ଲୋକଙ୍କ ମନ ଜିତିଥିଲେ। କିନ୍ତୁ ସେ କୌଣସି ଟ୍ରେନିଂ ନେଇନଥିବାରୁ ତାଙ୍କୁ ସୋ’ରେ ସ୍ଥାନ ମିଳିନଥିଲା।  କିନ୍ତୁ ଯେତେବେଳେ ମିଥୁନ ଦା’ ଅଡିସନର ଭିଡିଓ ଦେଖିଲେ, ସେତେବେଳେ ସେ ରାଘବଙ୍କୁ ସୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରିରେ ସ୍ଥାନ ଦେବାକୁ ଅନୁରୋଧ କରିଥିଲେ।

ଡିଆଇଡି ଫାଇନାଲରେ ସର୍ବାଧିକ ଭୋଟ୍ ପାଇ ରାଘବ ସୋ’ର ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ। ଡ୍ୟାନ୍ସ ବ୍ୟତୀତ ଅଭିନୟ ଜଗତରେ ମଧ୍ୟ ଭାଗ୍ୟ ଭାଗ୍ୟ ପରୀକ୍ଷା କରିଛନ୍ତି ରାଘବ। ତାଙ୍କୁ ରମେଶ ସିପିଙ୍କ ଫିଲ୍ମ ‘ସୋନାଲି କେବୁଲ’ରେ ଦେଖିବାକୁ ମିଳିଥିଲା। ଏହା ପରେ ରାଘବ ରେମୋ ଡିସୁଜାଙ୍କ  ନିର୍ଦ୍ଦେଶିତ ଚଳଚ୍ଚିତ୍ର ଏବିସିଡି ୨ରେ ଅଭିନୟ କରିଥିଲେ।

ଏହାଛଡ଼ା ଡ୍ୟାନ୍ସ ପ୍ଲସ, ରାଇଜିଙ୍ଗ ଷ୍ଟାର ଭଳି ରିଆଲିଟି ସୋ ହୋଷ୍ଟ କରିଛନ୍ତି ରାଘବ। ତାଙ୍କ ହୋଷ୍ଟିଂ ଅନ୍ଦାଜ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

Comment