ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ତୁମ୍ ବିନ୍’, ‘ତୁମସେ ମିଲ୍ କେ’, ‘ରଙ୍ଗ ନମ୍ବର’ ଏବଂ ‘କୌନ ହୈ ଜୋ ସପନେ ମେ ଆୟା’ ଭଳି ଫିଲ୍ମରେ ନଜର ଆସିଥିଲେ ଅଭିନେତା ରାକେଶ ଓ୍ୱାପଟ। ରାକେଶଙ୍କର ପ୍ରଥମ ଫିଲ୍ମ ଥିଲା ‘ତୁମ୍ ବିନ୍। ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍‌ ହୋଇଥିଲା। କିନ୍ତୁ ପ୍ରଥମ ଫିଲ୍ମ୍‌ ହିଟ୍‌ ଦେଇ ବି ବଲିଉଡରେ ସଫଳ ହୋଇପାରିଲେନି ରାକେଶ।

ଜଣେ ବଲିଉଡ ଷ୍ଟାର ହୋଇ ମଧ୍ୟ ଯେ ଟିଭି ଇଣ୍ଡଷ୍ଟ୍ରିରେ ଭାଗ୍ୟ ପରୀକ୍ଷା କରିଥିଲେ। ଯେଉଁ ସଫଳତା ସେ ଫିଲ୍ମରୁ ପାଇପାରିଲେନି ସେହି ସଫଳତା ତାଙ୍କୁ ଟିଭି ସିରିଏଲରୁ ମିଳିଲା। ସିରିଏଲରେ ରାକେଶଙ୍କୁ ପସନ୍ଦ କଲେ ଦର୍ଶକ।BGU

ରାକେଶଙ୍କ ହିଟ୍‌ ସିରିଏଲ ମଧ୍ୟରେ ରହିଛି ମର୍ଯ୍ୟଦା, ଲେକିନ୍‌ କବ୍‌ତମ, କୁବୁଲ ହୈ, ତୁ ଆଶିକୀ, ବହୁ ହମାରୀ ରଜନୀକାନ୍ତ ଏବଂ ଇଶ୍କ ମେ ମରଜାଓ୍ୱାଁ।

ଏହା ବ୍ୟତୀତ ରାକେଶ ଡ୍ୟାନ୍ସ ରିଆଲିଟି ସୋ’ ‘ନଚ୍‌ ବଲିୟେ’ରେ ପତ୍ନୀ ରିଦ୍ଧିଙ୍କ ସହ ଭାଗ ନେଇଥିଲେ। ଏହି ସୋ’ରେ ଉଭୟଙ୍କୁ ଯୋଡ଼ିକୁ ବେଶ ପସନ୍ଦ କରିଥିଲେ। ଏବେ କିନ୍ତୁ ରାକେଶ ଓ ରିଦ୍ଧି ଉଭୟ ଅଲଗା ହୋଇସାରିଛନ୍ତି।

Comment