ଓଡିଶାଲାଇଭ୍ ବ୍ୟୁରୋCoronavirus blood test

ଆଜି ଭୁବନେଶ୍ଵରରୁ ଆଉ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୫୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ସାଲିଆସାହିରୁ ୫ ଜଣ, ପଟିଆରୁ ୩ ଜଣ, ଡୁମୁଡୁମାରୁ ୩ ଜଣ, ବଡ଼ଗଡ଼ରୁ ୨ ଜଣ, ଓଲ୍‌ଡ ଟାଉନ୍‌ରୁ ୨ ଜଣ, ବରମୁଣ୍ଡାରୁ ୨ ଜଣ, ୟୁନିଟ୍-୨ରୁ ୨ ଜଣ, ଭୀମପୁରରୁ ୨ ଜଣ, ନିଳାଦ୍ରି ବିହାରରୁ ୨ ଜଣ, ସାମନ୍ତରାପୁରରୁ ୨ ଜଣ, ସହିଦ ନଗରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି ଆଜି ଭୁବନେଶ୍ଵରରେ ଆଉ ୧୦୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ସୂଚନା ଦେଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୭୩ରେ ପହଞ୍ଚିଛି। ସେଥିମଧ୍ୟରୁ ୨୨୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୨୯୬ ଜଣ ରୋଗୀ ସକ୍ରିୟ ଅଛନ୍ତି। ଏଥିସହ ୧୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Comment