ଓଡିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡିକୁ ୪୮ ଘଣ୍ଟା ପାଇଁ ବନ୍ଦ ଘୋଷଣା କରାଯାଇଛି। ଚିକିତ୍ସାଳୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଜଣେ ଡାକ୍ତର ଏବଂ ତାଙ୍କ ଡ୍ରାଇଭର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ମୁଖ୍ୟ ଚିକିତ୍ସାଳୟର ଓପିଡି ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଓପିଡି ବନ୍ଦ ରହିଲେ ମଧ୍ୟ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସୂଚନା ମିଳିଛି।ଭଦ୍ରକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୮୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୦୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment