ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫ୍‌ଓଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଡିଏଫ୍‌ଓଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଏହାଛଡ଼ା ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖରପୁରରେ ଥିବା ଘର ଉପରେ ମଧ୍ୟ ରେଡ୍ ହୋଇଛି।ସେହିପରି ଜଗତସିଂହପୁର ବିରିଡ଼ି ଚାଷୀଖଣ୍ଡସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଏହି ରେଡ୍ ସମୟରେ ଡିଏଫ୍‌ଓଙ୍କଠାରୁ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍‌, ସୁନା ଓ ଦାମୀ ଗାଡ଼ି ମିଳିଥିବା ନେଇ ସୂଚନା ମିଳିଛି।

Comment