ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜି ଘୋଷଣା ହୋଇଛି ତାରିଖ। ସେପ୍ଟେମ୍ବର ୧୪ରୁ ୨୨ ଯାଏଁ ୯ ଦିନ ଧରି ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା।

ସେହିପରି ସେପ୍ଟେମ୍ବର ୧୪ରୁ ୨୪ ଯାଏଁ  ରାଜ୍ୟ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଚଳିତ ବର୍ଷ କରୋନା ମହାମାରୀରେ ଲାଗିରହିଥିବା ଲକଡ଼ାଉନ ଓ ସଟଡ଼ାଉନ ପାଇଁ ରାଜ୍ୟରେ ମାଟ୍ରିକ ଖାତା ଦେଖିବାରେ ସମସ୍ୟା ଉପୁଜିଥିଲା। ଫଳରେ ଫଳାଫଳ ପ୍ରକାଶରେ ମଧ୍ୟ ବିଳମ୍ବ ହୋଇଥିଲା।

ଜୁଲାଇ ୨୯ ତାରିଖରେ ରାଜ୍ୟରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇଥିଲା। ମୋଟ୍ ୫ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ପାସ୍ ହାର ରହିଥିଲା ୭୮.୬୭ ପ୍ରତିଶତ।

Comment