ଓଡିଶାଲାଇଭ୍ କରୋନା ବ୍ୟୁରୋCORONA POSITIVE

ଆଜି ଭୁବନେଶ୍ଵରରୁ ପୁଣି ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୬୦ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ବଡ଼ଗଡ଼ରୁ ୪ ଜଣ, ବିବେକାନନ୍ଦ ମାର୍ଗରୁ ୩ ଜଣ, ସାଲିଆସାହିରୁ ୨ ଜଣ, ବରମୁଣ୍ଡାରୁ ୨ ଜଣ, ପଟିଆରୁ ୨ ଜଣ, କାନନବିହାର ଫେଜ୍-୨ରୁ ୨ ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୨ ଜଣ ଏବଂ ବୁଦ୍ଧେଶ୍ଵରୀ କଲୋନିରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିସହ ଭୁବନେଶ୍ଵରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୮୦୭ ଜଣ ସୁସ୍ଥ ହୋଇଥିବା ବେଳେ ୧୩୩୯ ଜଣ ସକ୍ରିୟ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ସହରରେ ୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here