ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୫ ତାରିଖରେ ଗ଼ଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସମେତ ରାଉରକେଲା ପୌରାଞ୍ଚଳରେ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ହେବ ସପ୍ତାହନ୍ତ ସଟଡାଉନ୍। ସ୍ଵାଧୀନତା ଦିବସ ଅବସରରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ କରିବାକୁ କିଛି ସମୟ ପାଇଁ ଏହି ସଟଡାଉନକୁ କୋହଳ କରାଯାଇଛି।

ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ଏହି କଟକଣା। କଟକଣା କୋହଳ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହେବେ ନାହିଁ। ଏହା ସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ ରହିବ।

ଅନଲକ ୩.୦ରେ କରୋନା କଟକଣା କୋହଳ ହୋଇଥିଲେ ହେଁ, ଗ଼ଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସମେତ ରାଉରକେଲା ପୌରାଞ୍ଚଳରେ ଶନିବାର ଏବଂ ରବିବାରକୁ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଥିଲେ ରାଜ୍ୟ ସରକାର। ତେବେ ଅଗଷ୍ଟ ୧୫ରେ ସ୍ଵାଧିନତା ଦିବସକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ ଏହି ସଟଡାଉକୁ କୋହଳ କରିଛନ୍ତି ସରକାର।

Comment