ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୋଲିସ ପଦକ ଘୋଷଣା
  • ବିଭିନ୍ନ ବର୍ଗରୁ ଓଡ଼ିଶାରୁ ୧୪ ଜଣ ପୋଲିସ ପାଇବେ ପଦକ
  • ପୋଲିସ ମେଡାଲ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ପୋଲିସ ପଦକ ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରୁ ଓଡ଼ିଶାରୁ୧୪ ଜଣ ପୋଲିସ ଏଥର ପାଇବେ ମେଡାଲ।BGU

ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ପୋଲିସ ପାଇବେ ରାଷ୍ଟ୍ରପତି ପଦକ। ସେମାନେ ହେଲେ ଭିଜିଲାନ୍ସ ଡିଏସ୍‌ପି ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁ।

ସେହିପରି ଆଉ ୧୨ ପୋଲିସଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ। ଭିଜିଲାନ୍ସ ଏଏସ୍‌ପି ଅଭିରାମ କର, ଆସଷ୍ଟାଣ୍ଟ କମାଣ୍ଡାଣ୍ଟ  ତାପସ ମହାପାତ୍ର, ଏସିପି ଅନିଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ, ଇନ୍ସପେକ୍ଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ପାଇବେ ଏହି ପଦକ।

Comment